ଆସନ୍ତା ଦୁର୍ଗା ପୂଜା ଆଗରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ବଡ଼ ଖୁସି ଖବର । ଦେଶର ଏକ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ସରକାର ଦେବେ ବଡ ଉପହାର । ପୁଣି ଥରେ ସରକାର DA ଏବଂ DR ରେ ବୃଦ୍ଧି ପାଇଁ ଯୋଜନା କରୁଛନ୍ତି ।ଆସନ୍ତା ଦୁର୍ଗା ପୂଜା ଅବସରରେ ସେ କର୍ମଚାରିଙ୍କୁ ଦେଇପାରନ୍ତି ବଡ ଖୁସି ଖବର । ଯଦି ନିଷ୍ପତି ଠିକ ରୁହେ ତେବେ କେନ୍ଦ୍ର ସରକାର କର୍ମଚାରିଙ୍କୁ ଦୁର୍ଗା ପୂଜା ଅଵସରରେ ଦରମା ବୃଦ୍ଧି ନେଇ ଏକ ବଡ଼ ଉପହାର ଦେଇପାରନ୍ତି ।ତେବେ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୨୭ ତାରିଖରେ କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫରେ ବୃଦ୍ଧି ପାଇଁ କେନ୍ଦ୍ର ସରକାର ନୂଆ ସୂଚନା ଦେଇ ପାରନ୍ତି। ଯଦି ଏହା ହୁଏ ତେବେ ନବରାତ୍ରୀ ପୂର୍ବରୁ ହିଁ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏହା ଏକ ବଡ଼ ଉପହାର ହେବ। ସପ୍ତମ ବେତନ ଆୟୋଗ ଆଧାରରେ କେନ୍ଦ୍ର ସରକାର ସାଧାରଣତଃ ପ୍ରତି ୬ ମାସରେ ଥରେ ମହଙ୍ଗା ଭତ୍ତାରେ ସଂଶୋଧନ କରିଥାନ୍ତି। ଚଳିତ ଥର ପୁଣି ଥରେ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଦରମା ବଢିବା ନେଇ ଆଶା ରହିଛି ।
Trending
- ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି , ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ
Prev Post