ଦୀପାବଳିରେ ଦେଶରେ ୩.୭୩ ଲକ୍ଷ କୋଟି
ଦୀପାବଳିରେ ସାରା ଦେଶରେ ୩.୭୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହୋଇଛି। ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ ଏକ ରିପୋର୍ଟରେ ଏହା କୁହାଯାଇଛି । ଦୀପାବଳି ସମୟରେ ଲୋକମାନେ ସ୍ବଦେଶୀ ଜିନିଷ କିଣିବା ଉପରେ ଅଧିକ ଧ୍ୟାନ ଦେଇଥିଲେ। ସେଥିପାଇଁ ଭାରତୀୟ ଉତ୍ପାଦନ ଏଥର ଅଧିକ ବିକ୍ରି ହୋଇଛି। ଏହାର ପ୍ରଭାବରେ ଚୀନ୍ ୧ ଲକ୍ଷ କୋଟି ଟଙ୍କାର ବେପାର ହରାଇଛି ବୋଲି ମହାସଂଘର ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି। ପୂର୍ବରୁ ଦୀପାବଳିରେ ବିକ୍ରି ହେଉଥିବା ଜିନିଷ ମଧ୍ୟରୁ ୭୦ ପ୍ରତିଶତ ଥିଲା ଚୀନ୍ ସାମଗ୍ରୀ। ଦୀପାବଳିରେ ସ୍ବଦେଶୀ ଉତ୍ପାଦ କିଣିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତବର୍ଷ ଲୋକମାନଙ୍କୁ ଆହ୍ବାନ ଦେଇଥିଲେ।