ଜୋମାଟୋ କେବଳ ଦେଶ ନୁହେଁ ବରଂ ବିଦେଶରେ ମଧ୍ୟ ବେଶ ପରିଚିତ । ନିକଟରେ ଜୋମାଟୋ କମ୍ପାନୀ ଏହାର ଗ୍ରାହକଙ୍କ ପାଇଁ ଏକ ନୂତନ ଫିଚର ଲଞ୍ଚ୍ କରିଛି । ଫଳରେ ଅନେକ ଗ୍ରାହକ ଲାଭାନ୍ୱିତ ହୋଇପାରିବେ ।କମ୍ପାନୀର ପ୍ରତିଷ୍ଠାତା ଏବଂ ସିଇଓ ଦୀପିନ୍ଦର ଗୋୟଲ ଜୋମାଟୋର ନୂତନ ଫିଚରକୁ ନେଇ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ଆପଣ ୨ ଦିନ ପୂର୍ବରୁ ଭୋଜନ ଅର୍ଡ଼ର କରିପାରିବେ । ଆମେ ଏହାକୁ ସଠିକ୍ ସମୟରେ ଡେଲିଭର କରିବୁ । କମ୍ପାନୀ ଏହି ନୂତନ ସେବାକୁ ଅଧିକାଂଶ ରେଷ୍ଟୁରାଣ୍ଟ ଏବଂ ସହରରେ ବ୍ୟାପକ କରିବା ପାଇଁ ବିଚାର କରୁଛି । ନିକଟରେ କମ୍ପାନୀ ଏହାର ଇଣ୍ଟରସିଟି ଫୁଡ଼୍ ଡେଲିଭରି ସେବା ଏବଂ ହାଇପରଲୋକାଲ ଡେଲିଭରି ସେବା ଏକ୍ସଟ୍ରିମକୁ ବନ୍ଦ କରିଦେଇଛି । ଏହା ଗତ ବର୍ଷ ଅକ୍ଟୋବରରେ ଲଞ୍ଚ୍ କରାଯାଇଥିଲା ।’ ଏହି ନୂତନ ସେବା ଦିଲ୍ଲୀ ଏନସିଆର, ବେଙ୍ଗାଲୁରୁ, ମୁମ୍ବାଇ, ଅହମଦାବାଦ, ଚଣ୍ଡିଗଡ଼, ଲକ୍ଷ୍ନୌ ଏବଂ ଜୟପୁରର ପ୍ରାୟ ୧୩ ହଜାର ଆଉଟଲେଟରେ ୧୦୦୦ ଟଙ୍କାରୁ ଉର୍ଦ୍ଧ୍ୱ ଅର୍ଡର ପାଇଁ ଉପଲବ୍ଧ ।
Trending
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
- STF ର DIG ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଡକ୍ଟର କନୱର ବିଶାଲ ସିଂହ
- ସବୁଠୁ ଅଧିକ ସମୟ ଯାଏ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଭାଙ୍ଗିବେ ନେହରୁଙ୍କ ରେକର୍ଡ
- ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ
- ରାଜ୍ୟ କ୍ୟାବିନେଟ: ଆସିବ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ
- ଦିଲ୍ଲୀ ଗଲେ ନବୀନ
- ଓଡ଼ିଶା ସରକାରଙ୍କ ନୂଆ ନିର୍ଦ୍ଦେଶନାମା ,ଆଜି ଠାରୁ କେବଳ କିଣାହେବ ଇଭି ଯାନ
Next Post