ଚଳିତ ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ହାର ୬.୩%କୁ ବୃଦ୍ଧି ପାଇବ ବୋଲି ମଙ୍ଗଳବାର ବିଶ୍ବ ବ୍ୟାଙ୍କ ପକ୍ଷରୁ ଆକଳନ କରାଯାଇଛି। ବିଶେଷକରି ୨୦୨୩ ଅକ୍ଟୋବର ପାଇଁ ଏହାର ‘ଇଣ୍ଡିଆ ଡେଭଲପମେଣ୍ଟ ଅପ୍ଡେଟ୍’ରେ ଏହି ଅନୁଷ୍ଠାନ ଦେଶ ପାଇଁ ଅଭିବୃଦ୍ଧି ପୂର୍ବାନୁମାନ ବଜାୟ ରଖିଛି, ଯାହା ପୂର୍ବରୁ ୨୦୨୩ ଏପ୍ରିଲରେ ଏହାକୁ ୬.୬%ରୁ ହ୍ରାସ କରିଥିଲା୬.୬%ରୁ ହ୍ରାସ କରିଥିଲା। ଅପରପକ୍ଷରେ ବିଶ୍ୱବ୍ୟାଙ୍କର କହିବା ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଭାରତର ଜିଡିପି ୬.୪% ଏବଂ ୨୦୨୫-୨୬ରେ ଦେଶର ଜିଡିପି ୬.୫%କୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ତେବେ ଏହା ଭାରତର ମୁଦ୍ରାସ୍ଫୀତି ଆକଳନକୁ ଏପ୍ରିଲରେ ୫.୨ରୁ ୫.୯%କୁ ବୃଦ୍ଧି କରିଛି। ୨୦୨୪-୨୫ ବର୍ଷ ପାଇଁ ମୁଦ୍ରାସ୍ଫୀତି ୪.୭%କୁ ଧାର୍ଯ୍ୟ କରାଯାଇଥିବାବେଳେ ୨୦୨୫-୨୬ ରେ ଏହା ୪.୧% ହେବ ବୋଲି ଆଶା କରାଯାଉଛି। ଅପରପକ୍ଷରେ ଦେଶରେ ବଢ଼ୁଥିବା ନିବେଶ ଯୋଗୁ ବିକାଶ ହାର ଏଭଳି ରହିପାରେ। କିନ୍ତୁ ବିଶ୍ବବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ ପାଇଁ ମୁଦ୍ରାସ୍ଫୀତି ଦର ବୃଦ୍ଧି ହାର ଆକଳନରେ ବୃଦ୍ଧି କରିଛନ୍ତି। ବିଶ୍ବ ବ୍ୟାଙ୍କର କହିବା ଅନୁଯାୟୀ ୨୦୨୩-୨୪ରେ ମୁଦ୍ରାସ୍ଫୀତିର ଦରବୃଦ୍ଧି ୫.୯% ରହିପାରେ ବୋଲି ଆଶା କରାଯାଇଛି। ଯେତେବେଳେ କି ପୂର୍ବରୁ ବିଶ୍ବ ବ୍ୟାଙ୍କ୍ ଚଳିତ ଆର୍ଥିକ ବର୍ଷ ପାଇଁ ଦରବୃଦ୍ଧିି ହାର ୫.୨% ମଧ୍ୟରେ ରହିବା ନେଇ ଅନୁମାନ କରିଥିଲା, ଯାହା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ଆକଳନ ୬% ନିକଟବର୍ତ୍ତୀ ବୋଲି କୁହାଯାଉଛି। ଅପରପକ୍ଷରେ ବିଶ୍ବ ବ୍ୟାଙ୍କ୍ କହିଛି, ଚଳିତ ବର୍ଷ ମୌସୁମୀ (୨୦୨୩ ଜୁଲାଇ) ସମୟରେ ଖାଦ୍ୟଦ୍ରବ୍ୟର ମୂଲ୍ୟ ବଢ଼ିଥିଲା। ଅବଶ୍ୟ ୨୦୨୩ ଅଗଷ୍ଟରେ ଖାଦ୍ୟଦ୍ରବ୍ୟର ମୂଲ୍ୟ କମିଥିଲା, କିନ୍ତୁ ଏହାର ପ୍ରଭାବ ଆର୍ଥିକ ବର୍ଷର ଅନ୍ୟ ସମୟରେ ମଧ୍ୟ ଦେଖିବାକୁ ମିଳିପାରେ ବୋଲି ଆଶଙ୍କା କରାଯାଉଛି।
Trending
- ‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନ ଗାନ୍ଧୀନଗରରୁ ଶୁଭାରମ୍ଭ, ଉଦ୍ଘାଟନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- 7-15 ବର୍ଷ ବୟସର ପିଲାଙ୍କ ପାଇଁ ଆଧାର ବାୟୋମେଟ୍ରିକ୍ ସଂଶୋଧନ ଦେୟ ଛାଡ଼ କଲା ୟୁଆଇଡିଏଆଇ
- 6 ବର୍ଷରେ ପ୍ରାୟ 17 କୋଟି ନିଯୁକ୍ତି ସୃଷ୍ଟି କରିଛି ଭାରତ
- ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କଲେ ରାଜ୍ୟ ସରକାର
- ନକ୍ସଲବାଦୀମାନେ ଏବେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରିବାକୁ ପଡିବ – ଅମିତ ଶାହ
- ଚୌଦ୍ବାର ଜେଲ୍ରୁ ଦୁଇ ହାର୍ଡକୋର କଏଦୀ ଫେରାର
- ପେଶାୱରରେ ବୋମା ବିସ୍ପୋରଣ, ୯ ମୃତ
- ଟିକସ ହସ୍ତାନ୍ତର ବାବଦରେ ଓଡିଶାକୁ ଆଗୁଆ ୪୬୦୧ କୋଟି
- ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର ଦିଗରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ
- ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ , ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ