ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍ଏଫ୍) ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ଆଉଟଲୁକ୍ରେ ଏପରି ଆକଳନ ପ୍ରକାଶ କରିଛି। ଆଇଏମ୍ଏଫ୍ ୨୦୨୪ରେ ଭାରତରେ ଜିଡିପି ଅଭିବୃଦ୍ଧି ହାରକୁ ୬.୮ ପ୍ରତିଶତ ହେବ ବୋଲି ଆକଳନ କରିଛି। ଜିଡିପି ଅଭିବୃଦ୍ଧି ହାର ୬.୫ ପ୍ରତିଶତ ହେବ ବୋଲି ଗତ ଜାନୁଆରୀରେ ଆକଳନ କରାଯାଇଥିଲା। ୨୦୨୫ ପାଇଁ ଆଇଏମ୍ଏଫ୍ ଏହାର ଅଭିବୃଦ୍ଧି ପୂର୍ବାନୁମାନ ଅପରିବର୍ତ୍ତିତ ରଖିଛି। ୨୦୨୫ରେ ଅଭିବୃଦ୍ଧି ହାର ୬.୫ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ବିଶ୍ୱ ଅର୍ଥନୈତିକ ଆଉଟଲୁକ୍ ରିପୋର୍ଟ ପ୍ରକାଶକରି ଆଇଏମ୍ଏଫ୍ କହିଛି, ଭାରତରେ ଅଭିବୃଦ୍ଧି ମଜଭୁତ ରହିବ ଏବଂ ୨୦୨୪ରେ ଜିଡିପି ୬.୮ ପ୍ରତିଶତ ଏବଂ ୨୦୨୫ରେ ୬.୫ ପ୍ରତିଶତ ହେବ ବୋଲି ଆଶା କରାଯାଉଛି। ଆଇଏମ୍ଏଫ୍ ଅନୁଯାୟୀ, ଘରୋଇ ଚାହିଦା ଏବଂ କର୍ମଜୀବୀ ଶ୍ରେଣୀର ଜନସଂଖ୍ୟା ବୃଦ୍ଧି ହେତୁ ଭାରତର ଏହି ଆର୍ଥିକ ଅଭିବୃଦ୍ଧିରେ ଦେଖାଯାଉଛି। ଆଇଏମ୍ଏଫ୍ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଭାରତର ଆର୍ଥିକ ଅଭିବୃଦ୍ଧି ପୂର୍ବାନୁମାନକୁ ୭.୮ ପ୍ରତିଶତକୁ ବୃଦ୍ଧି କରିଛ। ସରକାର ଏହି ଅଭିବୃଦ୍ଧି ହାର ୭.୬ ପ୍ରତିଶତ ଆକଳନ କରିଥିବାବେଳେ ଏହାଠାର ଆଇଏମ୍ଏଫ୍ ଆକଳନ ଅଧିକ ରହିଛି। ସେହିପରି ୨୦୨୪ରେ ଭାରତରେ ମୁଦ୍ରାସ୍ଫୀତି ହାର ୪.୬ ପ୍ରତିଶତ ଏବଂ ୨୦୨୫ରେ ୪.୨ ପ୍ରତିଶତ ବୋଲି ଆଇଏମ୍ଏଫ୍ ଆକଳନ କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଆନୁମାନିକ ତୁଳନାରେ ଆଇଏମ୍ଏଫ୍ର ଆକଳନ ସାମାନ୍ୟ ଅଧିକ ରହିଛି। ମାର୍ଚ୍ଚ ୨୦୨୪ ପାଇଁ ପ୍ରକାଶିତ ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ ଅନୁଯାୟୀ, ଯଦିଓ ଖାଦ୍ୟ ମୁଦ୍ରାସ୍ଫୀତି ହାର ୮.୫୨ ପ୍ରତିଶତ ରହିଛି ମାତ୍ର ଖୁଚୁରା ମୁଦ୍ରାସ୍ଫୀତି ହାର ୪.୮୫ ପ୍ରତିଶତକୁ ଖସି ଆସିଛି। ଆଇଏମ୍ଏଫ୍ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାରର ଆକଳନକୁ ବୃଦ୍ଧି କରିଥିବାବେଳେ ଏହା ଚାଇନାର ଅଭିବୃଦ୍ଧି ହାରର ଆକଳନକୁ ହ୍ରାସ କରିଛି।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post