ଆଜି ନୂଆଦିଲ୍ଲୀରେ ଜିଏସ୍ଟି ପରିଷଦର ୫୩ତମ ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ଜିଏସ୍ଟି ପରିଷଦର ଅଧ୍ୟକ୍ଷ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ମୋଦୀ ସରକାରଙ୍କ ତୃତୀୟ ପାଳିରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅନେକଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସେଥିରେ ଜାଲ୍ ଇନ୍ଭଏସିଂକୁ ରୋକିବା ପାଇଁ ଜାତୀୟସ୍ତରରେ ବାୟୋମେଟ୍ରିକ ପ୍ରମାଣନ କାର୍ଯ୍ୟକାରୀ କରିବାକୁ ବୈଠକରେ ସ୍ଥିର ହୋଇଛି। ଜାଲ୍ ଇନଭଏସ୍ ଜରିଆରେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି)ରେ ହେଉଥିବା ଠକେଇକୁ ରୋକାଯାଇ ପାରିବ ବୋଲି ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି। ନୂଆ ଜିଏସ୍ଟି ପଞ୍ଜୀକରଣ ପାଇଁ ଆଧାର ବାୟୋମେଟ୍ରିକ ପ୍ରମାଣନ ସଂଯୋଗକୁ ଦେଶବ୍ୟାପୀ ବାଧ୍ୟତାମୂଳକ କରାଯାଇଛି।ଇସ୍ପାତ, ଲୁହା, ଆଲୁମିନିୟମ ଭଳି ସମସ୍ତ ପ୍ରକାର ମିଲ୍କ କେନ୍ ଉପରେ ସମାନ ୧୨ ପ୍ରତିଶତ ଜିଏସ୍ଟି ଆଦାୟ ପାଇଁ ପରିଷଦ ସୁପାରିସ କରିଛି। ସେହିଭଳି ସମସ୍ତ କାଟୁନ୍ ବାକ୍ସ ଏବଂ କେସ୍ ଉପରେ ମଧ୍ୟ ୧୨ ପ୍ରତିଶତ ଜିଏସ୍ଟି ଆଦାୟ ଲାଗି ନିଷ୍ପତ୍ତି ହୋଇଛି। ହିମାଚଳ ପ୍ରଦେଶ ଏବଂ ଜମ୍ମୁ କଶ୍ମୀରର ସେଓ ଚାଷୀଙ୍କୁ ଏହା ସହାୟକ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ପରିଷଦ ପକ୍ଷରୁ ଆଜି ରେଳବାଇ ପକ୍ଷରୁ ପ୍ରଦାନ କରାଯାଉଥିବା କେତେକ ସେବାକୁ ଜିଏସ୍ଟି ମୁକ୍ତ କରାଯାଇଛି। ସେଗୁଡ଼ିକ ମଧ୍ୟରେ ପ୍ଲାଟଫର୍ମ ଟିକେଟ୍, ପ୍ରତୀକ୍ଷା ଗୃହ ସୁବିଧା ହାସଲ, ବ୍ୟାଟେରି ପରିଚାଳିତ କାର୍ ସେବାକୁ ଜିଏସ୍ଟିରୁ ବାଦ୍ ଦିଆଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
Trending
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
Prev Post
Next Post