ଇପିଏଫ୍ଓ ୨୦୧୩ ସେପ୍ଟେମ୍ବର ପହିଲାରୁ ଚାକିରି କରିଥିବା ସରକାରୀ କର୍ମଚାରୀଙ୍କ ଗ୍ରୁପ୍ ଇନ୍ସୁରାନ୍ସ ସ୍କିମ(ଜିଆଇଏସ୍) ଲାଗି କଟୁଥିବା ଟଙ୍କାକୁ ତତ୍କାଳ ପ୍ରଭାବ ସହ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ଜୁନ୍ ୨୧,୨୦୨୪ରେ ଜାରି ସର୍କୁଲାରରେ କୁହାଯାଇଛି ଯେ ୦୧.୦୯.୨୩ ପରେ ଇପିଏଫ୍ଓରେ ସାମିଲ ହୋଇଥିବା ସମସ୍ତ କର୍ମଚାରୀଙ୍କ ଦରମାରୁ ଜିଆଇଏସ୍ ପାଇଁ କଟୁଥିବା ଟଙ୍କାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ତେବେ ଏହି ନିଷ୍ପତ୍ତିର ପ୍ରଭାବ ସମସ୍ତ ସରକାରୀ କର୍ମଚାରୀଙ୍କ ଉପରେ ପଡ଼ିବ ନାହିଁ। ଯେଉଁମାନେ ୨୦୧୩ ସେପ୍ଟେମ୍ବର ପହିଲା ପରେ ଚାକିରିରେ ଯୋଗ ଦେଇଛନ୍ତି ସେମାନେ ହିଁ ପ୍ରଭାବିତ ହେବେ। କାରଣ ସେମାନେ ଏବେ ଜିଆଇଏସ୍ ଅନ୍ତର୍ଗତ ସୁବିଧା ପାଇପାରିବେ ନାହିଁ। ପୂର୍ବରୁ ତାଙ୍କ ଦରମାରୁ କଟିଥିବା ଟଙ୍କା ଫେରସ୍ତ କରିଦିଆଯିବ।ଯେଉଁ କର୍ମଚାରୀଙ୍କ ଜିଆଇଏସ୍ ବନ୍ଦ କରିଦିଆଯିବ, ସେମାନଙ୍କ ମୋଟ ଇନ୍ହ୍ୟାଣ୍ଡ ସାଲାରି ବଢ଼ିଯାଇପାରେ। ଏଣୁ ତାଙ୍କ ଆକାଉଣ୍ଟକୁ ପୂର୍ବ ଦରମାରୁ ଅଧିକ ରାଶି ଆସିବ।
ଜିଆଇଏସ୍ କ’ଣ?
୧୯୮୨, ଜାନୁଆରୀ ପହିଲାରୁ ଜିଆଇଏସ୍କୁ କେନ୍ଦ୍ରୀୟ ସରକାର କର୍ମଚାରୀ ସମୂହ ବିମା ଯୋଜନା ୧୯୮୦ ନାମରେ ଲାଗୁ କରାଯାଇଥିଲା। ଏହା ଇପିଏଫ୍ଓ ଅନ୍ତର୍ଗତ ଏକ ସାମାଜିକ କଲ୍ୟାଣ ଯୋଜନା, ଏହାକୁ ଭାରତ ସରକାରଙ୍କ ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଅନୁଯାୟୀ ଚଳାଯାଇଥାଏ।