ମେଟ୍ରୋ ଟିଭି ଓଡିଶା,୧/୨ : କିଛି ଦିନ ପରେ ୫ ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ତେବେ ନିର୍ବାଚନ ପୂର୍ବରୁ ମଧ୍ୟବିତ୍ତଙ୍କୁ ବଡ଼ ଆଶ୍ଵସ୍ତି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହୃତ ଏଲପିଜି ସିଲିଣ୍ଡର ଶସ୍ତା ହୋଇଛି।
ଗ୍ୟାସ୍ ଦରଦାମ୍ କମାଇଛନ୍ତି ସରକାର। ଏଲପିଜି ସିଲିଣ୍ଡରର ଦାମ୍ ପିଛା ୯୧ ଟଙ୍କା ୫୦ ପଇସା ହ୍ରାସ ପାଇଛି। ନୂଆ ଦରଦାମ୍ ମଙ୍ଗଳବାର ଅର୍ଥାତ୍ ଫେବୃଆରୀ ୧ ତାରିଖ ଠାରି ଲାଗୁ ହୋଇଛି। ଏନେଇ ତୈଳ କମ୍ପାନୀମାନେ ସୂଚନା ଦେଇଛନ୍ତି । ନୂଆ ଦର ଲାଗୁ ହେଲା ପରେ ଦିଲ୍ଲୀରେ ୧୯ କେ.ଜିର ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ୧୯୦୭ ଟଙ୍କାକୁ ଖସି ଆସିଛି ।
ସେହିପରି ସବସିଡି ଯୁକ୍ତ ଘରୋଇ ଗ୍ୟାସ୍ ସିଲିଣ୍ଡର ଦାମ ମଧ୍ୟ ହ୍ରାସ ପାଇଛି । ଦାମ୍ ହ୍ରାସ ପରେ ଦିଲ୍ଲୀରେ ସବସିଡି ଯୁକ୍ତ ଘରୋଇ ଗ୍ୟାସ୍ ସିଲିଣ୍ଡରର ଦାମ୍ ୮୯୯.୫୦ ଟଙ୍କା ହୋଇଥିବା ବେଳେ କୋଲକାତାରେ ୯୨୬ ଟଙ୍କା ହୋଇଯାଇଛି। ସେହିପରି ମୁମ୍ଵାଇରେ ନୂଆ ଦରଦାମ୍ ଦିଲ୍ଲୀ ସହ ସମାନ ରହିଛି । ଚେନ୍ନାଇରେ ଗ୍ୟାସ୍ ଦର ୯୧୫ ଟଙ୍କା ୫୦ ପଇସା ହୋଇଯାଇଛି। ତେବେ ବିନା ସବସିଡି ଯୁକ୍ତ ରନ୍ଧନ ଗ୍ୟାସ ଦରରେ କୌଣସି ପରବର୍ତ୍ତନ ହୋଇନାହିଁ ।
Trending
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
Next Post