କଣ ରହିବ କେନ୍ଦ୍ରୀୟ ବଜେଟ-୨୦୨୪ର ରୂପରେଖ ?

ସଂସଦରେ ଉପସ୍ଥାପନ ହେବ ବଜେଟ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏଥର ଅନ୍ତରୀଣ ବଜେଟ ଉପସ୍ଥାପନ ହେବ । ପୂର୍ଣ୍ଣ ବଜେଟ ଉପସ୍ଥାପନ ନହେବା ଯାଏଁ ଅନ୍ତରୀଣ ବଜେଟ ଅର୍ଥରୁ ଖର୍ଚ୍ଚ କରାଯିବ । ସରକାର ଉଭୟ ଟିକସ ଓ ଅଣଟିକସ ଉତ୍ସରୁ ଅର୍ଥ ପାଇଥାନ୍ତି। ଏଥିସହିତ ସରକାର ସୁଧ, ସବସିଡି ଏବଂ ଯୋଜନା ସହିତ ଅନ୍ଯ କାର୍ଯ୍ଯରେ ଟଙ୍କା ଖର୍ଚ୍ଚ କରିଥାନ୍ତି। ସବୁଠୁ ବଡ଼ କଥା ହେଲା ସରକାର ବଜେଟର ୩୪ ପ୍ରତିଶତ ଅର୍ଥ କରଜରୁ ଆଣିଥାନ୍ତି । ଟଙ୍କାଏରୁ ୨୦ ପଇସା ସରକାର ସୁଧ ପୈଠ କରିଥାନ୍ତି ।

ଜିଏସଟି ଓ ଟ୍ଯାକ୍ସ ସ୍ଲାବରେ ନିହାତି ପରିବର୍ତ୍ତନର ଆବଶ୍ଯକତା ରହିଛି ବୋଲି ବୁଦ୍ଧିଜୀବୀ କହିଛନ୍ତି । ଏଥିସହ ଶିକ୍ଷା, ସ୍ବାସ୍ଥ୍ୟ, ପ୍ରତିରକ୍ଷା, ଗମନାଗମନ କ୍ଷେତ୍ରକୁ ମଧ୍ଯ ଫୋକସ କରାଯିବାର ଆବଶ୍ଯକତା ରହିଛି । ମହିଳା ସଶକ୍ତିକରଣ କ୍ଷେତ୍ରରେ ମଧ୍ଯ ସରକାର କି ଯୋଜନା କରୁଛନ୍ତି ତା ଉପରେ ନଜର ରହିବ। ସବୁଠୁ ବଡ଼ କଥା ହେଲା ଚାଷୀଙ୍କ ଆୟ ବୃଦ୍ଧି ପାଇଁ କେନ୍ଦ୍ରର ଦରଦ କେତେ ଏହି ବଜେଟରୁ ସ୍ପଷ୍ଟ ହୋଇଯିବ। ନିର୍ବାଚନ ପୂର୍ବରୁ ବଜେଟ ଉପସ୍ଥାପନ ହେଉଥିବାରୁ ସେୟାର ମାର୍କେଟରେ ମଧ୍ଯ ହଲଚଲ ଦେଖିବାକୁ ମିଳିଛି`