ଗ୍ରାହକଙ୍କ ରୁଚିକୁ ଦୃଷ୍ଟିରେ ରଖି ବ୍ୟାଙ୍କମାନେ ମଧ୍ୟ ନିୟମିତ ବ୍ୟବଧାନରେ ବଢ଼ିଆ ବଢ଼ିଆ ଅଫର ସବୁ ଲଞ୍ଚ କରିଥାନ୍ତି । ତେବେ ଏହା ମଧ୍ୟରେ ଏକ ବଢ଼ିଆ ନିବେଶ ବିକଳ୍ପ ଆସିଛି । ଏଥିରେ ନିବେଶ କରି ଗ୍ରାହକମାନେ ୯ ପ୍ରତିଶତରୁ ଅଧିକ ସୁଧ ପାଇ ପାରିବେ ।ଗ୍ରାହକମାନେ ସ୍ଥାୟୀ ଜମା (ଏଫଡି)ରେ ନିବେଶ କରି ୯.୨୧ ପ୍ରତିଶତ ସୁଧ ପାଇ ପାରିବେ । ଗତବର୍ଷ ମହଙ୍ଗା ଚରମସୀମାରେ ପହଞ୍ଚିବା ପରେ ରେପୋ ରେଟରେ ବୃଦ୍ଧି କରାଯାଇଥିଲା । ଏପରି ସ୍ଥିତି ବ୍ୟାଙ୍କମାନେ ଏଫଡି ଦରରେ ବୃଦ୍ଧି କରି ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ଫିନକେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କ ନିଜର ଗ୍ରାହକଙ୍କୁ ଏଫଡି ଉପରେ ୯ ପ୍ରତିଶତରୁ ଅଧିକ ସୁଧ ପ୍ରଦାନ କରୁଛି ।ବ୍ୟାଙ୍କ ସିନିୟର ସିଟିଜେନ୍ସଙ୍କୁ ୯.୨୧ ପ୍ରତିଶତ ସୁଧ ପ୍ରଦାନ କରୁଛି । ଏହାଫଳରେ ଫିନକେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କ ସବୁଠାରୁ ଅଧିକ ସୁଧ ପ୍ରଦାନ କରୁଥିବା ବ୍ୟାଙ୍କ ତାଲିକାରେ ସାମିଲ ହୋଇଯାଇଛି । ସାଧାରଣ ନାଗରିକଙ୍କ ପାଇଁ ୮.୬୧ ପ୍ରତିଶତ ସୁଧ ରହିଛି । ୭୫୦ ଦିନର ଏଫଡି ଉପରେ ବରିଷ୍ଠ ନାଗରିକଙ୍କୁ ୯.୨୧ ପ୍ରତିଶତ ସୁଧ ମିଳିବ ।
Trending
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
Prev Post
Next Post