ଅମ୍ବାନିଙ୍କୁ ପଛରେ ପକାଇଲେ ଆଦାନି
ହିଣ୍ଡେନବର୍ଗ ମାମଲାର ରାୟ ଶିଳ୍ପପତି ଗୌତମ ଆଦାନିଙ୍କ ସଂସ୍ଥା ଆଦାନି ଗ୍ରୁପ୍ ସପକ୍ଷରେ ଯିବା ପରେ ଆଦାନି ପରିବାର ବିଶେଷ ଭାବେ ଉପକୃତ ହୋଇଛନ୍ତି। ତାଙ୍କ ପରିବାରର ସମ୍ପତ୍ତି ୯.୩୭ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହା ମୁକେଶ ଅମ୍ବାନିଙ୍କ ପରିବାରର ୯.୨୮ ଲକ୍ଷ କୋଟି ଟଙ୍କା ସମ୍ପତ୍ତିଠାରୁ ଅଧିକ। ସେୟାର ମୂଲ୍ୟରେ ବୃଦ୍ଧି ଯୋଗୁଁ ଷ୍ଟକ୍ବଜାରରେ ତାଲିକାଭୁକ୍ତ ହୋଇଥିବା ଆଦାନି ଗ୍ରୁପ୍ର ସମସ୍ତ କଂପାନିର ମୋଟ୍ ବଜାର ପୁଞ୍ଜି ୧୫ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। ଏହାର ପ୍ରଭାବରେ ଆଦାନି ପରିବାରର ସମ୍ପତ୍ତି ମଧ୍ୟ ବଢ଼ିଛି। ଦେଶର ଏକ ନମ୍ବର ଧନୀ ପରିବାର ଅମ୍ବାନି ପରିବାରର ସମ୍ପତ୍ତି ପରିମାଣ ୯.୩୮ ଲକ୍ଷ କୋଟି ଟଙ୍କା ଥିଲା। ଗତକାଲି ସେହି ସମ୍ପତ୍ତି ୯.୨୮ ଲକ୍ଷ କୋଟି ଟଙ୍କାକୁ ଖସିଯାଇଥିବା ବେଳେ ଆଦାନି ପରିବାରର ସମ୍ପତ୍ତି ୯.୩୭ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି।