ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡିକ ଉପରେ ସରକାର ସାମଗ୍ରୀ ଏବଂ ସେବା କର ଲାଗୁ କରିଛନ୍ତି, ଯେଉଁଥିରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ଲାଇନ୍ ଗେମିଂ କମ୍ପାନୀମାନଙ୍କୁ ୧ ଲକ୍ଷ କୋଟି ଟଙ୍କାର ନୋଟିସ୍ ଜାରି କରାଯାଇଛି। ଜିଏସଟି ପରିଷଦ ଅଗଷ୍ଟରେ ଏହି ନିୟମକୁ ସ୍ପଷ୍ଟ କରି ଦେଇଛି ଯେ, ଅନଲାଇନ୍ ଗେମିଂ ପ୍ଲାଟଫର୍ମରେ ରଖାଯାଇଥିବା ବେଟ୍ ର ସମ୍ପୂର୍ଣ୍ଣ ମୂଲ୍ୟ ଉପରେ ୨୮ ପ୍ରତିଶତ ଦ୍ରବ୍ୟ ଏବଂ ସେବା କର ଆଦାୟ କରାଯିବ।ଜିଏସ୍ଟି ଅଧିକାରୀମାନେ ଏପର୍ଯ୍ୟନ୍ତ ଟିକସ ଫାଙ୍କିବା ମାମଲାରେ ଅନଲାଇନ୍ ଗେମିଂ କମ୍ପାନୀଗୁଡିକୁ ୧ ଲକ୍ଷ କୋଟି ଟଙ୍କାର ସୋ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଜଣେ ବରିଷ୍ଠ ଅଧିକାରୀ ଆଜି ଏହି ସୂଚନା ଦେଇଛନ୍ତି। ତେବେ ଅଧିକାରୀ କହିଛନ୍ତି ଯେ, ଅକ୍ଟୋବର ୧ ପରେ ଭାରତରେ ପଞ୍ଜୀକୃତ ବିଦେଶୀ ଖେଳ କମ୍ପାନୀଗୁଡିକର କୌଣସି ତଥ୍ୟ ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ। ଅକ୍ଟୋବର ୧ ରୁ ବିଦେଶୀ ଅନଲାଇନ୍ ଗେମିଂ କମ୍ପାନୀଗୁଡିକ ଭାରତରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରି ସରକାର ଜିଏସ୍ଟି ଆଇନରେ ସଂଶୋଧନ କରିଛନ୍ତି। ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଜିଏସ୍ଟି ଅଧିକାରୀଙ୍କ ଦ୍ୱାରା ପ୍ରାୟ ୧ ଲକ୍ଷ କୋଟି ଟଙ୍କା ମୂଲ୍ୟର ନୋଟିସ ଅନଲାଇନ୍ ଗେମିଂ କମ୍ପାନୀକୁ ପଠାଯାଇଛି।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Next Post