ଅଲଗା ହେଲେ ବ୍ରାଡପିଟ-ଆଞ୍ଜେଲିନା ଜୋଲି

ହଲିଉଡ ତାରକା ବ୍ରାଡ ପିଟ ଏବଂ ଆଞ୍ଜେଲିନା ଜୋଲି ୮ ବର୍ଷର ଆଇନଗତ ଯୁଦ୍ଧ ପରେ ପରସ୍ପରକୁ ଛାଡପତ୍ର ଦେଇଛନ୍ତି। ହଲିଉଡ ଦମ୍ପତି ସେମାନଙ୍କ ସର୍ତ୍ତାବଳୀ ଶେଷ କରି ଡିସେମ୍ବର ୩୦ରେ ଛାଡପତ୍ର ସର୍ତ୍ତାବଳୀରେ ଦସ୍ତଖତ କରିଥିଲେ। ଅଭିନେତ୍ରୀଙ୍କ ଓକିଲ ଜେମ୍ସ ସାଇମନ କହିଛନ୍ତି, ୮ ବର୍ଷରୁ ଅଧିକ…

କମିଲା ଏଲପିଜି ସିଲିଣ୍ଡର ଦାମ୍‌

ନୂଆ ବର୍ଷ ଆରମ୍ଭରୁ ସରକାର ସାଧାରଣ ଲୋକଙ୍କୁ ଭେଟି ପ୍ରଦାନ କରିଛନ୍ତି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ହାର ହ୍ରାସ କରିଛନ୍ତି। ଆଜି ଠାରୁ ଅର୍ଥାତ୍‌ ଜାନୁଆରୀ ୧, ୨୦୨୫ଠାରୁ, ଏଲପିଜି ସିଲିଣ୍ଡର ୧୪.୫୦ଟଙ୍କା ଶସ୍ତା ହୋଇଛି। ଘରୋଇ ଏଲପିଜି ସିଲିଣ୍ଡର ହାରରେ…

ଆଜି କେମିତି କଟିବ ନୂଆବର୍ଷର ପ୍ରଥମ ଦିନ ?

ମେଷ : ନୂଆ ବର୍ଷର ପହିଲି ଦିନରେ ଚନ୍ଦ୍ର କର୍ମ ସ୍ଥାନରେ ଅବସ୍ଥାନକରି ବନ୍ଧୁମିଳନରେ ଆନନ୍ଦ ପ୍ରଦାନ କରିବେ। ଉତ୍ତମ ସ୍ବାସ୍ଥ୍ୟ, ଉନ୍ନତ ଚିନ୍ତାଧାରା, ସୁନ୍ଦର ପାରିବାରିକ ସ୍ଥିତି ସୁସ୍ଥ ମାନସିକତା ସୃଷ୍ଟି କରିବ। ନୂଆ ଯୋଜନା ମାଧ୍ୟମରେ ବ୍ୟବସାୟରେ ଶାଖା ପ୍ରଶାଖା ଖୋଲିବାର ପରିକଳ୍ପନା…

ମଧ୍ୟରାତ୍ରିରେ ଓଡ଼ିଶା ଫେରିଛି ବାଘୁଣୀ ଜୀନତ

ମଧ୍ୟରାତ୍ରିରେ ଓଡ଼ିଶା ଫେରିଛି ବାଘୁଣୀ ଜୀନତ। ପ୍ରାୟ ୪୮ ଘଣ୍ଟା ଯାଏଁ କୋଲକାତାସ୍ଥିତ ଆଲିପୁର ପ୍ରାଣୀ ଉଦ୍ୟାନରେ ରହିଲା ଭିତରେ ତାର ସମସ୍ତ ପ୍ରକାର ସ୍ବାସ୍ଥ୍ୟଜନିତ ପରୀକ୍ଷା ନିରୀକ୍ଷା ସରିବା ପରେ ଜୀନତକୁ ବାଘୁଣୀ ଜୀନତକୁ ଶିମିଳିପାଳ ଅଣାଯାଇଛି। ଏନେଇ ବନ ବିଭାଗ ପକ୍ଷରୁ ସୂଚନା…

ମୋହନ ଚରଣ ମାଝୀ ଇଂରାଜି ନବ ବର୍ଷ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଇଂରାଜି ନବ ବର୍ଷ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ସେ  ସୋସିଆଲ୍ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, ‘ ଇଂରାଜି ନୂତନ ବର୍ଷ ଅବସରରେ ଓଡ଼ିଶାର ପ୍ରିୟ ଭଉଣୀ ଭାଇମାନଙ୍କୁ ମୋର ଶୁଭେଚ୍ଛା। ମହାପ୍ରଭୁଙ୍କ କୃପାରୁ ନବ ବର୍ଷ ସମସ୍ତଙ୍କ ପାଇଁ…

ଶ୍ରୀମନ୍ଦିରରେ ଭିଡକୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ତା କଡାକଡି

ଆଜି ଓ ଆସନ୍ତାକାଲି ଶ୍ରୀମନ୍ଦିରରେ ଭିଡକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ ମାର୍ଗଦର୍ଶିକା ଜାରି କରାଯାଇଛି । ଭୁବନେଶ୍ଵର ବ୍ରହ୍ମଗିରି କୋଣାର୍କ ପାର୍ଶ୍ବରୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ମାର୍କେଟ ଛକ ପର୍ଯ୍ୟନ୍ତ ଯିବା ପାଇଁ ଅନୁମତି ରହିଛି । ମାର୍କେଟ ଛକ ମ୍ୟୁନିସିପାଲ…

ନୂଆବର୍ଷରେ ପୁଣି ରାଜ୍ୟରେ ଥରାଇବ ଶୀତ : କମିବ ରାତି ତାପମାତ୍ରା

ନୂଆବର୍ଷରେ ପୁଣି ରାଜ୍ୟରେ ଥରାଇବା ଶୀତ । କମିବ ରାତି ତାପମାତ୍ରା । ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ କମିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିଛି । ୩ଦିନ ପରେ ଏହା କ୍ରମଶଃ ହ୍ରାସ ପାଇବ । ଦିନ…

ନବବର୍ଷ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ ମୋହନ ମାଝି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ଇଂରାଜୀ ନୂତନ ବର୍ଷରେ ଆନୁଷ୍ଠାନିକ ଭାବେ କୌଣସି ଉତ୍ସବ ଏବଂ ଅଭିନନ୍ଦନ କାର୍ଯ୍ୟକ୍ରମରେ ଯୋଗଦାନ କରିବେ ନାହିଁ ବୋଲି ତାଙ୍କ ଏକ୍ସ ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି। ସେ ଉଲ୍ଲେଖ କରିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତ…

ଜାଣନ୍ତୁ ଆଜି ବର୍ଷର ଶେଷଦିନଟି ଆପଣଙ୍କର କେମିତି କଟିବା ?

ମେଷ : ଆଜି ରବି ପୂର୍ବାଷାଢ଼ା ନକ୍ଷତ୍ରରେ ରହିଥିବାରୁ ବିଶିଷ୍ଟବ୍ୟକ୍ତିଙ୍କ ସହ ଆଲୋଚନା ଫଳପ୍ରଦ ହେବ। ପ୍ରତ୍ୟୁଷ ଯାତ୍ରା ସଙ୍ଗକୁ ମନେ ମନେ ଭାବୁଥିବା କାମରେ ସଫଳତା ପାଇବେ। ଉତ୍ତମ ବୁଝାମଣା ଏବଂ ଉତ୍ସାହଜନିତ ପାରିବାରିକ ଜୀବନ ସୁମଧୁର ହୋଇ ଉଠିବ। ଆନୁଷ୍ଠାନିକ କ୍ଷେତ୍ରରୁ ସଦିଚ୍ଛା ଲାଭ…

‘ପୁଷ୍ପା-୨’ର ପ୍ରିମିୟର ସୋ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ପବନ କଲ୍ଯାଣଙ୍କ ପ୍ରତିକ୍ରିୟା

‘ପୁଷ୍ପା-୨’ର ପ୍ରିମିୟର ସୋ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ହେବାକୁ ନେଇ ବିବାଦରେ ଅଛନ୍ତି ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ବିବାଦ ବଢ଼ୁଥିବା ଦେଖି ଅର୍ଜୁନ, ‘ପୁଷ୍ପା-୨’ର ନିର୍ମାତା ଓ ନିର୍ଦ୍ଦେଶକ ମିଶି ମୃତକଙ୍କ ପରିବାରକୁ ୨କୋଟି ଦେଇଥିବା ବେଳେ ଏବେ ଏହି ଘଟଣାକୁ ନେଇ ସୁପରଷ୍ଟାର…