ପ୍ରଚଣ୍ଡ ଗରମ ସାଙ୍ଗକୁ ଅନୁଭୂତ ହେବ ପ୍ରବଳ ଗୁଳୁଗୁଳି

ରାଜ୍ୟରେ ସୃଷ୍ଟି ହେବ ଅସମ୍ଭାଳ ସ୍ଥିତି  । ପ୍ରଚଣ୍ଡ ଗରମ ସାଙ୍ଗକୁ ଅନୁଭୂତ ହେବ ପ୍ରବଳ ଗୁଳୁଗୁଳି । କେବଳ ଦିନ ନୁହେିଁ । ରାତିରେ ମଧ୍ୟ ତାତିରେ ତାଉ କମିବ ନାହିଁ । ଏହି ସ୍ଥିତି ମାର୍ଚ୍ଚରୁ ଆରମ୍ଭ ହୋଇ  ମେ ପର୍ଯ୍ୟନ୍ତ ଜାରି ରହିବ ।  ଅନ୍ୟପଟେ ସ୍ବାଭାବିକ  ତୁଳନାରେ  ଅଧିକାଂଶ ସମୟରେ…

ମାଟ୍ରିକ ପରୀକ୍ଷା – ଆଜି ବିଜ୍ଞାନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଆଜି ବିଜ୍ଞାନ ପରୀକ୍ଷା ଦେବେ ଦଶମ ଛାତ୍ରଛାତ୍ରୀ। ୨୧ ତାରିଖ ଠାରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷାରେ ଆଜି ବିଜ୍ଞାନ ବିଷୟ ରହିଛି। କପି ରୋକିବାକୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପରୀକ୍ଷା ସୁପରିଚାଳନା ଲାଗି ଏଥର ଚାରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମସ୍ତ…

ଆଜି ବିଶ୍ବ ଦହିବରା ଦିବସ

ଦହିବରା ନାଁ ଯେମିତି ସ୍ବାଦ ବି ସେମିତି । ନାଁ ଶୁଣିଲେ ପାଟିରେ ଆସିଯାଏ ପାଣି । ଦହିବରା ଉପରେ ଆଳୁଦମ ତା ଉପରେ ଘୁଘୁନି ଆଉ ତା ଉପରେ ଗୁଣ୍ଡ ଗୁଣ୍ଡ ପିଆଜ ସାଙ୍ଗକୁ ସେଓ ଆଉ ଟିକେ ଦହି । ଓଃ କି ସ୍ବାଦିଷ୍ଟ ପେଟ ପୂରା ଶାନ୍ତି  ସକାଳ ହେଉ କି ସନ୍ଧ୍ୟା ଦହିବରା ଟିକେ ନହେଲେ ମନ ମାନେନା ।…

ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଆଇପିଏସ ସ୍ତରରେ ଶୁକ୍ରବାର ବଡ଼ ଧରଣର ଅଦଳବଦଳ କରାଯାଇଛି। ଏହି ଅଦଳବଦଳରେ କମିଶନରେଟ ପୁଲିସର ଭୁବନେଶ୍ଵର ଏବଂ କଟକ ଡିସିପିଙ୍କୁ ବଦଳି କରାଯାଇଛି। ଭୁବନେଶ୍ଵର ଡିସିପି ଥିବା ପିନାକ ମିଶ୍ରଙ୍କୁ ଏସଟିଏଫ ଡିଆଇଜି ଭାବେ ବଦଳି କରାଯାଇଥିବାବେଳେ ତାଙ୍କ ସ୍ଥାନରେ କଟକ ଡିସିପି ଜଗମୋହନ ମୀନାଙ୍କୁ…

ଆଜି ନୂତନ ରାସନ କାର୍ଡ ଆବେଦନ ପାଇଁ ଖୋଲିବ ପୋର୍ଟାଲ

ମାର୍ଚ୍ଚ ୧ ତାରିଖରୁ ନୂତନ ରାସନ କାର୍ଡ ଆବେଦନ ପାଇଁ ପୋର୍ଟାଲ ଖୋଲିବ। ରାସନ କାର୍ଡରୁ ବାଦ ପଡିଥିବା ହିତାଧିକାରୀମାନେ ଆବେଦନ କରିପାରିବେ। ଶୁକ୍ରବାର ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମ୍ବଲପୁର ଗସ୍ତ ସମୟରେ ଏକ ସମୀକ୍ଷା ବୈଠକରେ ଏହା କହିଛନ୍ତି। ଯୋଗାଣ ମନ୍ତ୍ରୀ ପାତ୍ର ଏକ…

ମାର୍ଚ୍ଚରେ ବଦଳିବ ଏହି ରାଶିର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁ ଗ୍ରହଙ୍କୁ ସୁଖ-ସମୃଦ୍ଧି, ଧନ, ଐଶ୍ୱର୍ଯ୍ୟ, ସୌନ୍ଦର୍ଯ୍ୟର କାରକ ବୋଲି କୁହାଯାଏ । ଯେଉଁମାନଙ୍କ ଜାତକରେ ଗୁରୁଙ୍କ ସ୍ଥିତି ମଜଭୁତ ରହିଥାଏ, ସେମାନେ ଧନୀ ହେବା ସହ ଜୀବନରେ ସୁଖସମୃଦ୍ଧି ସର୍ବଦା ରହିଥାଏ । ଚଳିତ ବର୍ଷ ୧୯ ମାର୍ଚ୍ଚରେ ସନ୍ଧ୍ୟା ୬ଟା ୪୯…

ମାର୍ଚ୍ଚ ୨ରେ କେନ୍ଦୁଝର ଜିଲା ଗସ୍ତରେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର ଜିଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାର୍ଚ୍ଚ ୨ରେ ଆସିବେ। ମୟୂରଭଞ୍ଜ ଜିଲାରେ ୨ ଦିନିଆ ଗସ୍ତ କାର୍ଯ୍ୟକ୍ରମ ସାରି ୨ ତାରିଖ ପୂର୍ବାହ୍ନ ୧୦ଟା ୧୦ରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରେ ଅବତରଣ କରିବେ। ସେଠାରେ ହେବାକୁ ଥିବା ଆଞ୍ଚଳିକ…

ରାଜ୍ୟରେ ବିଦ୍ୟୁତ୍‌ ଦର ଯଦି ୧ ପଇସା ବୃଦ୍ଧି ହେବ ତାହା‌ଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ – କଂଗ୍ରେସ

ରାଜ୍ୟରେ ବିଦ୍ୟୁତ୍‌ ଦର ଯଦି ୧ ପଇସା ବୃଦ୍ଧି ହେବ ତାହା‌ଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ। ସାଧାରଣ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସ୍ବାର୍ଥ ରକ୍ଷା ପାଇଁ କଂଗ୍ରେସ ପ୍ରତିଶ୍ରୁତିବଦ୍ଧ। ଯେଉଁ ଅଣ ବିଜେପି ଦଳ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ଲଢ଼େଇ କରିବେ ସେମାନଙ୍କ ସହଯୋଗରେ ଆନ୍ଦୋଳନକୁ…

ଆଇସିସି ଚାମ୍ପିୟନ୍ସ ଟ୍ରଫି- ଅଷ୍ଟ୍ରେଲିଆ ଆଗରେ ୨୭୪ ରନର ଲକ୍ଷ୍ୟ ରଖିଛି ଆଫଗାନିସ୍ତାନ

ଲାହୋରଠାରେ ଖେଳାଯାଉଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫି ଗ୍ରୁପ-ବିର ଏକ ମ୍ୟାଚରେ ଅଷ୍ଟ୍ରେଲିଆ ଆଗରେ ୨୭୪ ରନର ଲକ୍ଷ୍ୟ ରଖିଛି ଆଫଗାନିସ୍ତାନ ।  ଏହି ମ୍ୟାଚରେ ଆଫଗାନିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦଳ ଆରମ୍ଭରୁ ରେହମାତୁଲ୍ଲା ଗୁରବାଜଙ୍କ…

ଚଳିତ ବର୍ଷ ଶେଷ ସୁଦ୍ଧା ଯକ୍ଷ୍ମା  ଦୂର କରିବା ଆମର ଲକ୍ଷ୍ୟ -ଜେ.ପି. ନଡ୍ଡା

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା  କହିଛନ୍ତି ଯେ ଦେଶ ଚଳିତ ବର୍ଷ ଶେଷ ସୁଦ୍ଧା ଯକ୍ଷ୍ମା  ଦୂର କରିବା ଲକ୍ଷ୍ୟ ହାସଲ କରିବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଓଡ଼ିଶାର ପୁରୀରେ ଅନୁଷ୍ଠିତ ନବମ ଜାତୀୟ ସମ୍ମିଳନୀର ଉଦଘାଟନୀ ସମାରୋହରେ ସେ ଏହି ବକ୍ତବ୍ୟ ଦେଇଥିଲେ। ସ୍ବାସ୍ଥ୍ୟ…