ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆ vs ଇଣ୍ଡିଆ ହୋଇପାରେ

ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ରବିବାର ଭାରତ-ନ୍ୟୁଜିଲାଣ୍ଡୁ ମୁକାବିଲା ସହ ସମାପ୍ତ ହେବ। ଏହାପରେ ମାର୍ଚ୍ଚ ୪ରେ ପ୍ରଥମ ଏବଂ ମାର୍ଚ୍ଚ ୫ରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ। ହେଲେ ଏଯାବତ ସେମିଫାଇନାଲକୁ କେବଳ ୩ ଦଳ ଯାଇଛନ୍ତି। ଏଥିରେ ଭାରତ, ନ୍ୟୁଜିଲାଣ୍ଡ ଏବଂ…

ସୁରେଶ ପନ୍ତଙ୍କୁ ପିସିସିଏଫ ପଦବିରେ ନିଯୁକ୍ତି ଦେଲେ ରାଜ୍ୟ ସରକାର

ରାଜ୍ୟ ସରକାର ଭାରତୀୟ ବନ ସେବା  ଅଧିକାରୀ ସୁରେଶ ପନ୍ତଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି । ଶ୍ରୀ ପନ୍ତଙ୍କୁ ମୋହନ ସରକାର ପିସିସିଏଫ ପଦବିରେ ନିଯୁକ୍ତି ଦେଇଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୦ ବ୍ୟାଚ୍‌ର ଆଇଏଫ୍‌ଏସ୍‌ ଅଧିକାରୀ…

ଯୁଦ୍ଧ ବିମାନ ଉଡ଼ାଇବାକୁ ନେଇ ଅନୁଷ୍କା ସିଂହ ଚର୍ଚ୍ଚାରେ

ଭାରତୀୟ ବାୟୁସେନା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି । ଫ୍ଲାଇଂ ଅଫିସର ଅନୁଷ୍କା ସିଂହ ଜଗୁଆର ଫାଇଟର ଜେଟ ସ୍କ୍ବାଡ୍ରନରେ ସ୍ଥାୟୀ ଚାକିରି ପାଇଥିବା ପ୍ରଥମ ମହିଳା ପାଇଲଟ ଭାବେ ଗୌରବ ଅର୍ଜନ କରିଛନ୍ତି । ଯୁଦ୍ଧ ବିମାନ ଉଡ଼ାଇବାକୁ ନେଇ ଅନୁଷ୍କା ସିଂହ ଚର୍ଚ୍ଚାର ପରିସରରେ…

ଗାୟିକା ଶ୍ରେୟା ଘୋଷାଲଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍‌

ଗାୟିକା ଶ୍ରେୟା ଘୋଷାଲଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍‌ ହୋଇଯାଇଛି। ଶ୍ରେୟା ଘୋଷାଲ ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଶନିବାର ଶ୍ରେୟା ଘୋଷାଲ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ତାଙ୍କ ଫଲୋଅର୍ସଙ୍କୁ ସୂଚନା ଦେଇ କହିଛନ୍ତି, ତାଙ୍କ ଏକ୍ସ ଆକାଉଣ୍ଟ…

ସୁନା ଦରରେ 400 ରୁ 500 ଟଙ୍କାର ହ୍ରାସ ଘଟିଛି

ଅନେକ ଦିନ ଧରି ଉପରମୁହୋଁ ରହିଥିବା ସୁନା ଦରଗତ ତିନି ଦିନ ଧରି ଖସୁଛି  । ପ୍ରତ୍ୟେକ ଦିନକୁ 400 ରୁ 500 ଟଙ୍କାର ହ୍ରାସ  ହେଉଛି ।  ଭୁବନେଶ୍ବରରେ 22 କ୍ୟାରେଟ ସୁନାର 10 ଗ୍ରାମ ପିଛା ଦାମ ଶୁକ୍ରବାର 500 ଟଙ୍କା ହ୍ରାସ ପାଇ 79 600 ଟଙ୍କାକୁ ଖସିଆସିଛି । ସେହିପରି 24 କ୍ୟାରେଟ  ସୁନା…

ମା ହେବେ କିଆରା ଆଡଭାନୀ

ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ବଲିଉଡର ଅନ୍ୟତମ ସୁନ୍ଦର ଯୋଡ଼ି। ଫ୍ୟାନ୍ସମାନେ ଏହି ଯୋଡ଼ିକୁ ବହୁତ ପସନ୍ଦ କରନ୍ତି। ଏବେ କିଆରା ଏବଂ ସିଦ୍ଧାର୍ଥଙ୍କ ଘରେ ଏକ କୁନି ଅତିଥି ଆସିବାକୁ ଯାଉଛି। ଏହି ଦମ୍ପତି ଖୁବ୍ ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି। ଶୁକ୍ରବାର ଇନଷ୍ଟାଗ୍ରାମରେ…

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ଜେଲେନ୍ସକି

ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ଜେଲେନ୍ସକି । ଉଭୟ ନେତା ଆମେରିକା ପାଇଁ ଏକ ଖଣିଜ ଚୁକ୍ତି ଉପରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି । ୟୁକ୍ରେନରେ ବର୍ଷ ବର୍ଷ ଧରି ଚାଲିଥିବା ଯୁଦ୍ଧରେ ଏକ ସମ୍ଭାବ୍ୟ ଯୁଦ୍ଧବିରାମ ପାଇଁ ହୋଇଛି ଆଲୋଚନା ।ରାଷ୍ଟ୍ରପତି ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତିଙ୍କୁ…

ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଉଦଳାରେ ବାଥୁଡି ସମାଜର ବାର୍ଷିକ ଉତ୍ସବରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଅପରାହ୍ନରେ ମାଆ କିଚେକେଶ୍ବରୀଙ୍କର ଦର୍ଶନ କରିବେ ।  ଯଶିପୁରରେ ରାତ୍ରି ରହଣୀ ସହ ଆସନ୍ତାକାଲି ରାମତିର୍ଥରେ ମିନି ମାରାଥନରେ ଯୋଗଦେବେ । ଡିଡି କଲେଜ ପଡିଆରେ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାର ଉଦଘାଟନ କରିବେ…

ପାର୍ବଣ ଋତୁ ଆରମ୍ଭରୁ ବଢିଲା ଗ୍ୟାସ ଦର

ହୋଲି ଏବଂ ରମଜାନ ମାସରେ କମର୍ସିଆଲ ଗ୍ୟାସ ମହଙ୍ଗା ହୋଇଯାଇଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। ୧୯ କିଲୋଗ୍ରାମ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧ ମାର୍ଚ୍ଚ, ୨୦୨୫ ଅର୍ଥାତ୍‌ ଆଜିଠାରୁ ବୃଦ୍ଧି କରାଯାଇଛି। ଇଣ୍ଡିଆନ ଅଏଲ…

ପ୍ରଚଣ୍ଡ ଗରମ ସାଙ୍ଗକୁ ଅନୁଭୂତ ହେବ ପ୍ରବଳ ଗୁଳୁଗୁଳି

ରାଜ୍ୟରେ ସୃଷ୍ଟି ହେବ ଅସମ୍ଭାଳ ସ୍ଥିତି  । ପ୍ରଚଣ୍ଡ ଗରମ ସାଙ୍ଗକୁ ଅନୁଭୂତ ହେବ ପ୍ରବଳ ଗୁଳୁଗୁଳି । କେବଳ ଦିନ ନୁହେିଁ । ରାତିରେ ମଧ୍ୟ ତାତିରେ ତାଉ କମିବ ନାହିଁ । ଏହି ସ୍ଥିତି ମାର୍ଚ୍ଚରୁ ଆରମ୍ଭ ହୋଇ  ମେ ପର୍ଯ୍ୟନ୍ତ ଜାରି ରହିବ ।  ଅନ୍ୟପଟେ ସ୍ବାଭାବିକ  ତୁଳନାରେ  ଅଧିକାଂଶ ସମୟରେ…