ଗ୍ୟାସ ଦର ବୃଦ୍ଧି ବିରୋଧରେ ବିଜେଡିର ଧାରଣା

ଭୁବନେଶ୍ୱର:ଗ୍ୟାସ ଦର ବୃଦ୍ଧି ବିରୋଧରେ ବିଜେଡିର ଧାରଣା । ରାଜଭବନ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ଧାରଣା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଉଜ୍ୱଳା ଯୋଜନା ଅନ୍ଧାର ଯୋଜନାରେ ପରିଣତ ହୋଇଛି । ୨୦୧୪ ମସିହାରେ ଯେଉଁ ରନ୍ଧନଗ୍ୟାସ ସିଲିଣ୍ଡର ପିଛା ଦର ୪୧୦ ଟଙ୍କା ଥିଲା ତାହା ଏବେ ୧୧ ଶହ ୩୦…

ବ୍ରାହ୍ମଣୀ ନଦୀ କୂଳରୁ ନାବାଳକକୁ ଝାମ୍ପିନେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ: ବ୍ରାହ୍ମଣୀ ନଦୀ କୂଳରୁ ନାବାଳକକୁ ଝାମ୍ପିନେଲା କୁମ୍ଭୀର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ନିମପୁର ଗାଁ ନିକଟରେ ଶୌଚ ପାଇଁ ଯାଇଥିଲା ବେଳେ ଝାମ୍ପିନେଇଛି କୁମ୍ଭୀର । ସ୍ଥାନୀୟ ଲୋକଙ୍କ ଦ୍ୱାରା ନଦୀରେ ଖୋଜାଖୋଜି ଆରମ୍ଭ ହେବା ପରେ…

ପ୍ରକାଶ ପାଇଲା ନିଟ୍ ୟୁଜି-୨୦୨୩ ପରୀକ୍ଷା ଫଳ

ଭୁବନେଶ୍ୱର: ପ୍ରକାଶ ପାଇଲା ନିଟ୍ ୟୁଜି-୨୦୨୩ ପରୀକ୍ଷା ଫଳ । ଚଳିତ ଥର ନିଟରେ ଦୁଇଜଣ ଛାତ୍ର ଟପ୍ କରିଛନ୍ତି । ତାମିଲନାଡୁର ପ୍ରଭଞ୍ଜନ ଜେ ଏବଂ ଆନ୍ଧ୍ରପ୍ରଦେଶର ବୋରା ବରୁଣ ଚକ୍ରବର୍ତ୍ତୀ ୭୨୦ରୁ ୭୨୦ ମାର୍କ ହାସଲ କରି ସର୍ବଭାରତୀୟ ସ୍ତରରେ ରାଙ୍କ-୧ ହାସଲ କରିଛନ୍ତି । ଉଭୟ ୯୯.୯୯ ପ୍ରତିଶତ…

ବରଷକେ ଥରେ ଆସିଛି ରଜ

ଆଜି ରଜ ।  ଆଜିଠୁ ତିନି ଦିନ କୃଷିକର୍ମ ନିଷେଧ କରାଯାଇଛି । ୩ ଦିନ ଧରି ପାଳିତ ହେବାକୁ ଥିବା ଏହି ରଜ ପର୍ବର ପୂର୍ବରୁ ଗତକାଲିଠୁ ଚାଲିଛି ସଜବାଜ । ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । https://twitter.com/Naveen_Odisha/status/1668822245639172096?s=20…

ନଦୀରେ ବୁଡ଼ି ୧୦୩ ଜଣଙ୍କ ମୃତ୍ୟୁ

ନାଇଜେରିଆରେ ବଡ଼ ଧରଣର ନୌକା ଦୁର୍ଘଟଣା । ବିବାହ ଅନୁଷ୍ଠାନରୁ ଫେରୁଥିବା ବେଳେ ଉତ୍ତର ନାଇଜେରିଆରେ ଗୋଟାଏ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହେବାରୁ ପିଲାଙ୍କ ସମତେ ଅନ୍ୟୂନ ୧୦୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ମଙ୍ଗଳବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।ବାହାଘର କାର୍ଯ୍ୟକ୍ରମ ସାରି…

ଏବେ ଗୁଜରାଟ ମୁହାଁ ହେଉଛି ବାତ୍ୟା ବିପର୍ଯ୍ୟୟ

ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଅତି ଭୀଷଣ ବାତ୍ୟାର ରୂପ ନେଇଛି ‘ବିପର୍ଯ୍ୟୟ’ । ଏବେ ଗୁଜରାଟ ମୁହାଁ ହେଉଛି ବାତ୍ୟା ବିପର୍ଯ୍ୟୟ । ଗୁରୁବାର ସଂଧ୍ୟାରେ ଗୁଜରାଟର କଚ୍ଚ ଓ ପାକିସ୍ଥାନର କରାଚି ଉପକୂଳରେ ମାଡ଼ ହେବା ସମ୍ଭାବନା ରହିଛି । ଗତ ୬ ଘଣ୍ଟା ହେଲା ଏହା ୧୨ କିଲୋମିଟର ବେଗରେ ଗତି କରୁଛି…

ଉତ୍ତର ଭାରତରେ ଭୂକମ୍ପ ଝଟ୍‌କା ଅନୁଭୂତ

ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ମୋହାଲି, ପଞ୍ଚକୂଳ, ଜାମ୍ମୁ-କାଶ୍ମୀରରେ ଏହି ଭୂକମ୍ପ ଝଟ୍‌କା ବିଶେଷ ଭାବେ ଲୋକେ ଅନୁଭବ କରିଛନ୍ତି। ଏହି ଭୂକମ୍ପର ତୀବ୍ରତା ୫.୭ ଥିବା ସୂଚନା ମିଳିଛି। ଆଜି ଅପରାହ୍ନ ପ୍ରାୟ ସାଢ଼େ ୧ଟା ବେଳେ ଲୋକେ ଭୂକମ୍ପ ଅନୁଭବ କରି ଘର…

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଡ୍ରାଇଭର ମହାସଂଘ

ଭୁବନେଶ୍ୱର: ଓଡ଼ିଶା ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନା ୨୦୨୩କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଡ୍ରାଇଭରଙ୍କ ମନରେ ଖୁସିର ଲହରୀ । କଥା ଦେଇ କଥା ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଡ୍ରାଇଭର । ବିଜୁ ଶ୍ରମିକ ସାମ୍ମୁଖ୍ୟ ଅନୁମୋଦିତ ଓଡ଼ିଶା…

ଜୁଲାଇରେ ଲଞ୍ଚ ହେବ ଚନ୍ଦ୍ରାୟନ ୩

ନୂଆଦିଲ୍ଲୀ: ଜୁଲାଇ ୧୨ରୁ ୧୯ ତାରିଖ ମଧ୍ୟରେ ଲଞ୍ଚ ହେବ ଚନ୍ଦ୍ରାୟନ ୩ । ଚନ୍ଦ୍ରକୁ ଭାରତର ମିଶନର ଏହା ହେବ ତୃତୀୟ ଅଧ୍ୟାୟ । ଏନେଇ ଘୋଷଣା କରିଛନ୍ତି ଭାରତୀୟ ମହାକାଶ ଗବେଶଷଣା ସଂସ୍ଥା ବା ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥ । କୋଟାୟମଠାରେ ଏକ କଲେଜରେ ଇସ୍ରୋ ପକ୍ଷରୁ ଆୟୋଜିତ ଦିନିକିଆ…

ସରକାରୀ କର୍ମଚାରୀଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ରଜ ଭେଟି । ରାଜ୍ୟ ସରକାର କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା । ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି ହୋଇଛି । ଏହି…