ବର୍ଡର-ଗାଭାସ୍କର ଟ୍ରଫି ଆସନ୍ତାକାଲିଠୁ

ନାଗପୁର:  ବର୍ଡର-ଗାଭାସ୍କର ଟ୍ରଫି ଆସନ୍ତାକାଲି ଖେଳାଯିବ ।  ଏହି ଟେଷ୍ଟରେ ଭାରତ ଜିତିବାକୁ ଚାହିଁବ । କାରଣ ଭାରତ ହାରିଲେ ଟେଷ୍ଟ ଚାମ୍ପିଆନସିପ୍ ର ଫାଇନାଲକୁ ଯାଇପାରିବ ନାହିଁ । ଏବେ ଦ୍ବିତୀୟ ନମ୍ବରରେ ଅଷ୍ଟ୍ରେଲିଆ ପଛକୁ ରହିଛି ଭାରତ ।  ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର…

ଗୋପାଳର ହେବ ନାର୍କୋ ଟେଷ୍ଟ

ଝାରସୁଗୁଡା: ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ନାର୍କୋ ଟେଷ୍ଟ ହେବ । ଏହା ସହ କୋର୍ଟ ଗୋପାଳକୁ  ପୁଣି ୫ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ।  ଗୋପାଳକୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିଥିବାବେଳେ ଜେଏଫଏମସି କୋର୍ଟ ଅନୁମତି…

ନୂଆ ବିବାହ କରିଥିବା ରାକ୍ଷୀ ଓ ଆଦିଲଙ୍କ ବିବାହ ଏବେ ରିସ୍କରେ

ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତଙ୍କ ଘରେ ହାଇଡ୍ରାମା। ରାକ୍ଷୀଙ୍କ ଘରର କଳି ଏବେ ବି-ଟାଉନ୍‌ର ହଟ୍‌ ଗସିପ୍‌ । ନୂଆ ନୂଆ ବିବାହ କରିଥିବା ରାକ୍ଷୀ ଓ ଆଦିଲଙ୍କ ବିବାହ ଏବେ ରିସ୍କରେ। ମାତ୍ର କିଛି ମାସର ବିବାହ ପରେ ରାକ୍ଷୀଙ୍କୁ ମାରପିଟ ତଥା ଧମକ ଦେବା ଅଭିଯୋଗରେ ବନ୍ଧା ହେଲେ ତାଙ୍କ ସ୍ୱାମୀ…

ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଆଗାମୀ ଫେବ୍ରୁଆରି ୧୦ ଓ ୧୧ ତାରିଖ ଦିନ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଓଡ଼ିଶା ଗସ୍ତରେ ଯିବେ ବୋଲି ରାଷ୍ଟ୍ରପତିଙ୍କ ସଚିବାଳୟର ‘ପର୍ସନାଲ୍‌ ସେଲ୍‌’ ଜାରି କରିଥିବା ଗସ୍ତ ସୂଚୀରୁ ଜଣାପଡ଼ିଛି।ଫେବ୍ରୁଆରି ୧୦ ତାରିଖ…

ଲଗାତାର ଷଷ୍ଠ ଥର ପାଇଁ ବଢ଼ିଲା ରେପୋ ରେଟ୍

ପୁଣି ବଢିବ ଇଏମଆଇ ସୁଧ ହାର । ମହଙ୍ଗା ହେବ ଋଣ । ପୁଣି ରେପୋ ରେଟ ବଢାଇଲା ଆରବିଆଇ । ବୁଧବାର ରେପୋ ରେଟ୍ ଶୂନ୍ୟ ଦଶମିକ ୨୫ ପ୍ରତିଶତ ବଢାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଫଳରେ ରେପୋ ରେଟର ୬ ଦଶମିକ ୫ ପ୍ରତିଶତ ଛୁଇଁଛି । ରେପୋ ରେଟ ବଢିବା ଯୋଗୁଁ ହୋମ, ଅଟୋ ଏବଂ ବ୍ୟକ୍ତିଗତ ଋଣ ମହଙ୍ଗା…

ଦୁଲୁକୁଛି ଖଣ୍ଡଗିରି ଯାତ୍ରା ପେଣ୍ଡାଲ

ଦୁଲୁକୁଛି ଖଣ୍ଡଗିରି ଯାତ୍ରା ପେଣ୍ଡାଲ । ମନଛୁଆଁ ସଙ୍ଗୀତ, ଆକର୍ଷଣୀୟ ନୃ୍ତ୍ୟ ଓ ଚମକ୍ରାର ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଛି । ବିଶେଷକରି ଦେଶାତ୍ମବୋଧକ ସଂଗୀତ ଓ ନୃତ୍ୟୁର ଦବଦବା ରହିଛି । ଏଥର ଯାତ୍ରା ରେକର୍ଡ ଡ୍ୟାନ୍ସରେ ପୂର୍ବପରି ଅଶ୍ଳୀଳତା ଦେଖିବାକୁ ମିଳୁନି, ଯାହା ଦଶର୍କଙ୍କୁ…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗ ମଣ୍ଡପ ଉଠିବା ପରେ ଦତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରମାନଙ୍କ…

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ବର୍ଷିଲେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ

ରାଜ୍ୟରେ ଆଇନ ଶୃଙ୍ଖଳା ନାହିଁ । ଜଙ୍ଗଲ ରାଜ ଚାଲିଛି । ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ ଏପରି କହିଛନ୍ତି ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ଆଶା ଲାକ୍ରା । କ୍ରାଇମରେ ଓଡିଶାର ସ୍ଥାନ ପ୍ରଥମ । ଏଠାରେ କ୍ୟାବିନେଟ ମନ୍ତ୍ରୀ କି ସାଧାରଣ ଜନତା ସୁରକ୍ଷିତ ନୁହନ୍ତି ବୋଲି ବିଜେପି ନେତା…

ଭାରତକୁ ଋଷ ଦେବାକୁ ଯାଉଛି ଏସ୍-୪୦୦ ମିଜାଇଲ୍ ସିଷ୍ଟମର ତୃତୀୟ ରେଜିମେଣ୍ଟ୍

ଋଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ଭାରତକୁ ଋଷ ଦେବାକୁ ଯାଉଛି ଏସ୍-୪୦୦ ମିଜାଇଲ୍ ସିଷ୍ଟମର ତୃତୀୟ ରେଜିମେଣ୍ଟ୍ । ଗୋଟିଏ ରେଜିମେଣ୍ଟରେ ୮ଟି ଲଞ୍ଚର ରହିଥାଏ । ଅର୍ଥାତ୍ ୮ଟି ଲଞ୍ଚିଙ୍ଗ୍ ଟ୍ରକ୍ ଦିଆଯିବ । ଗୋଟିଏ ଟ୍ରକରେ ୪ଟି ଲଞ୍ଚର ଲାଗି ରହିଥାଏ । ଏଥିରେ ୪ଟି ଲେଖାଏଁ ମିଜାଇଲ୍ ରହିଥାଏ ।…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ କ୍ରମେ ଭାରତ ତୁର୍କୀକୁ ତୁରନ୍ତ ସହାୟତାର ହାତ ବଢାଇଛି

ନୂଆଦିଲ୍ଲୀ : ୩ ଶକ୍ତିଶାଳୀ ଭୂକମ୍ପରେ ଦୋହଲିଗଲା ତୁର୍କୀ ଓ ସିରିଆ  । ବଦଳିଯାଇଛି ଦୁଇ ଦେଶର ପାରିପାଶ୍ବିକ ବାତାବରଣର ଚିତ୍ର । ବିଲ୍ଡିଂର ଭଗ୍ନାବଶେଷର ରାସ୍ତା ଘାଟ ସବୁ ଅବରୋଧ । ସେପଟେ ଜାରି ରହିଛି ଉଦ୍ଧାରକାର୍ଯ୍ୟ । ପ୍ରକୃତିର ଏହି ଭୟଙ୍କର ତାଣ୍ଡବରେ ମୃତ୍ୟୁ ସଂଖ୍ୟା ୪ ହଜାର ପାର…