ବାସ୍ତୁଶାସ୍ତ୍ର ଅନୁଯାୟୀ, ବାମ୍ବୋ ପ୍ଲାଣ୍ଟ ହେଉଛି ଭାଗ୍ୟଶାଳୀ ତଥା ଶୁଭଫଳ ପ୍ରଦାନକାରୀ ଏକ ପ୍ରକାର ଗଛ। ଏହାକୁ ଘରେ ହେଉ ଅବା କର୍ମକ୍ଷେତ୍ରରେ ରଖିଲେ ଭାଗ୍ୟୋଦୟ ହେବା ସହ ବୈଭବ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ କରାଯାଏ। କେବଳ ସେତିକି ନୁହେଁ, ବାମ୍ବୋପ୍ଲାଣ୍ଟ ପର୍ଯ୍ୟାବରଣକୁ ସଫାସୁତୁରା ରଖିବାରେ ମଧ୍ୟ ବେଶ୍ ସହାୟକ ହୋଇଥାଏ। ସେଥିପାଇଁ ଏହାକୁ ନାଚୁରାଲ୍ ଏୟାର୍ ପ୍ୟୁରିଫାୟର୍ ବୋଲି କୁହାଯାଏ। ଭାଗ୍ୟଶାଳୀ ବାମ୍ବୋପ୍ଲାଣ୍ଟକୁ ଘରର ପୂର୍ବ ଦିଗରେ ରଖିଲେ ସକାରାତ୍ମକ ଊର୍ଜ୍ଜା ଉତ୍ପନ ହୋଇଥାଏ। ଅନ୍ୟପକ୍ଷେ ଏହାକୁ ଦକ୍ଷିଣ-ପୂର୍ବ ଦିଗରେ ରଖିଲେ ଧନପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ମଧ୍ୟ କରାଯାଏ। ସବୁଠୁ ବଡ଼ କଥା ହେଉଛି ବାମ୍ବୋପ୍ଲାଣ୍ଟରେ ଦିଆଯାଇଥିବା ପାଣିକୁ ପ୍ରତି ସପ୍ତାହରେ ବଦଳାଇବା ଦରକାର; ଯଦ୍ଦ୍ବାରା ଆର୍ଥିକସ୍ଥିତି ମଜଭୁତ୍ ହୋଇଥାଏ ବୋଲି ବିଶ୍ୱାସ ରହିଛି। ତା’ଛଡ଼ା ବାମ୍ବୋପ୍ଲାଣ୍ଟକୁ ଘରର ଯେ କୌଣସି ସ୍ଥାନରେ ରଖାଯାଇପାରେ। ଏପରିକି ପତ୍ନୀପତିଙ୍କ ବେଡ୍ରୁମ୍ରେ ବି। କାରଣ ଏହା ପତ୍ନୀପତିଙ୍କ ଭିତରେ ଭଲପାଇବା ବୃଦ୍ଧି କରିବାରେ ବେଶ୍ ସହାୟକ ହୋଇଥାଏ। ସେହିପରି କ୍ୟାରିୟର୍ରେ ସଫଳ ହେବାକୁ ଚାହୁଁଥିଲେ ଷ୍ଟଡିରୁମ୍ରେ ବାମ୍ବୋପ୍ଲାଣ୍ଟକୁ ରଖିବା ମଧ୍ୟ ବେଶ୍ ଉପକାରୀ ହୋଇଥାଏ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ