ଆଜିର ରାଶିଫଳ

ମେଷ: ବ୍ୟବସାୟରେ ବନ୍ଧୁ ବା ପରିବାର ଲୋକଙ୍କର ସାହାଯ୍ୟ ପାଇବେ। ଅଫିସରେ ପରିବେଶ ଭଲ ରହିବ। ଲୋକମାନଙ୍କ ମଧ୍ୟରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ପାରିବାରିକ ଜୀବନ ସୁଖମୟ ହେବ।

ବୃଷ: ଅଫିସ ଲୋକ ଆପଣଙ୍କ କାମର ପ୍ରଶଂସା କରିବେ। ଜୀବନରେ ଖୁସି ବଜାୟ ରହିବ। ରାଜନୈତିକ ଆୟୋଜନରେ ଅଂଶ ଗ୍ରହଣ କରିବାର ସୁଯୋଗ ପାଇବେ।

ମିଥୁନ: ଅନ୍ତରଙ୍ଗ ବନ୍ଧୁ ସହ ସାକ୍ଷାତ ହେବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଆପଣଙ୍କର ସାମାଜିକ ପରିସର ବୃଦ୍ଧି ହେବ। ପ୍ରେମ ଜୀବନରୁ ଆତ୍ମସନ୍ତୋଷ ମିଳିବ।

କର୍କଟ: ପାରିବାରିକ ସୁଖ ବଢ଼ିବ। କ୍ୟାରିଅର୍‌କୁ ନେଇ ଭଲ ନିଷ୍ପତ୍ତି ନେବେ। ଜମିରେ ନିବେଶ କରିବା ପୂର୍ବରୁ ମୁରବିଙ୍କ ସହ ବିଚାର ବିମର୍ଶ କରନ୍ତୁ। ପଇସା ଦେବାନେବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ସିଂହ: ଉପରିସ୍ଥ କର୍ମଚାରୀଙ୍କ ସହ ଭଲ ସଂପର୍କ ରଖନ୍ତୁ। କ୍ୟାରିଅରରେ ଉନ୍ନତିର ଯୋଗ ଅଛି। ପୂର୍ବରୁ ନେଇଥିବା ନିଷ୍ପତ୍ତିର ଭଲ ଫଳ ମିଳିବ। ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ ରହିବ।

କନ୍ୟା: କାର୍ଯ୍ୟକ୍ଷେତ୍ରରେ କିଛି ନୂଆ କରିବା ଲାଗି ଭାବିବେ। ରାଜନୀତିରେ ଆପଣଙ୍କୁ ବିଶେଷ ସଫଳତା ମିଳିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ତୁଳା: ଭଗବାନଙ୍କ ପ୍ରତି ଆସ୍ଥା ବଢ଼ିବ। ଅଧ୍ୟାପକଙ୍କ ଲାଗି ଦିନଟି ଭଲ। ବକେୟା ଅର୍ଥ ପାଇବେ। କାରବାରକୁ ଆଗକୁ ବଢ଼ାଇବା ପାଇଁ ଜୀବନସାଥୀର ସାହାଯ୍ୟ ପାଇବେ। ଆଇନଗତ ମାମଲାରେ ଆରାମ ପାଇବେ।

ବିଛା: ନୂଆ ବେପାର ଆରମ୍ଭ କରିବା ପୂର୍ବରୁ ମୁରବିଙ୍କ ଅନୁମତି ନିଅନ୍ତୁ। କ୍ୟାରିଅରରେ ପରିବର୍ତ୍ତନ ଆସିବ। ଜୀବନସାଥୀଙ୍କ ସହ ବୁଲି ଯିବାର ଯୋଜନା କରିବେ।

ଧନୁ: ପୂଜାପାଠରେ ସମୟ ବିତିବ। ବିଶେଷ କାର୍ଯ୍ୟରେ ବନ୍ଧୁର ସାହାଯ୍ୟ ପାଇବେ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଉଦ୍ୟୋଗରୁ ଡାକରା ଆସିବ।

ମକର: ଉଚ୍ଚ ଅଧିକାରୀଙ୍କ ସହ ଭଲ ସଂପର୍କ ଯୋଗୁଁ ସରକାରୀ କାମରେ ଲାଭ ହେବ। ଜମି ସମସ୍ୟାର ସମାଧାନ ବାହାରିବ। ପ୍ରିୟଜନଙ୍କ ସହ ସମ୍ବନ୍ଧରେ ସୁଧାର ହେବ।

‌କୁମ୍ଭ: ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଧନଲାଭ ହେବ। କାର୍ଯ୍ୟରେ ଜୀବନସାଥୀର ସାହାଯ୍ୟ ପାଇବେ। ଚାକିରିରେ ପଦୋନ୍ନତିର ଯୋଗ ଅଛି। ଜୀବନସାଥୀଙ୍କ ସହ ସମ୍ବନ୍ଧ ମଜଭୁତ ହେବ।

ମୀନ: ଶିକ୍ଷଣ ସଂସ୍ଥାରେ ଥିବା ଲୋକଙ୍କୁ ଲାଭ ହେବ। ଅସହାୟଙ୍କୁ ସହାୟତା କରନ୍ତୁ, ସମାଜରେ ମାନ ସମ୍ମାନ ବଢ଼ିବ। ଯେଉଁମାନେ ଜମି କିଣିବା ବିଷୟରେ ଭାବୁଛନ୍ତି ସେମାନଙ୍କୁ ଲାଭଜନକ ସଉଦା ମିଳିବ।