ଆଜିର ରାଶିଫଳ
ମେଷ: କୌଣସି କଥାକୁ ନେଇ ସଂଶୟରେ ରହିବେ। କୌଣସି ନୂଆ କାମ ଶିଖିବେ। ପରିବାର ଲୋକଙ୍କ ସହିତ ସିନେମା ଦେଖିପାରନ୍ତି। ସମାଜରେ ମାନ ସମ୍ମାନ ମିଳିବ।-
ବୃଷ: ଆପଣଙ୍କ ଭଲ ବ୍ୟବହାର ଭଲ ଦୃଷ୍ଟାନ୍ତ କରିବାରେ ସାହାଯ୍ୟ କରିବ। କାମ କରିବାର ନୂଆ ପଦ୍ଧତି ଲାଭ ଦେବ। ଠିକାଦାରଙ୍କୁ ଧନଲାଭ ହେବ। ସାଥୀ ଭାବନାକୁ ବୁଝିବେ।
ମିଥୁନ: ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଅବସର ପାଇବେ। ଭାଇଭଉଣୀ ସହଯୋଗ କରିବେ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ସହପାଠୀ ମନର କଥା କହିବେ।
କନ୍ୟା: ପରିବାରରେ ସୁଖ ବୃଦ୍ଧି ହେବ। ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଅଚାନକ ଧନଲାଭ ହେବ। ଦୀର୍ଘ ସମୟ ସୁସ୍ଥ ରହିବାକୁ ଭଲ ଖାଦ୍ୟ ଖାଆନ୍ତୁ।
ତୁଳା: ମହିଳାମାନଙ୍କ ଲାଗି ଦିନଟି ଭଲ। ବ୍ୟବସାୟୀ କୌଣସି ଜରୁରୀ ବୈଠକରେ ଯୋଗ ଦେଇପାରନ୍ତି। ରାଜନେତା ଓ ସମାଜସେବୀଙ୍କ ଲାଗି ଦିନଟି ଭଲ ରହିବ।
ବିଛା: ଦିନଟି କ୍ୟାରିୟରରେ ନୂଆ ପରିବର୍ତ୍ତନ ଆଣିବ। ବ୍ୟବସାୟରୁ ଲାଭ ହେବ। ପରିବାରରେ ନୂଆ ସଦସ୍ୟଙ୍କ ପାଇଁ ଖୁସି ହେବେ। ଲେଖକ ନୂଆ କାହାଣୀ ଲେଖିବେ।
ଧନୁ: ବ୍ୟବସାୟରେ ଦୂରକୁ ଯାଉଥିଲେ ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ନିଅନ୍ତୁ। କୋରିୟର ବ୍ୟବସାୟୀଙ୍କର ଭଲ ଲାଭ ହେବ। ସ୍ବାସ୍ଥ୍ୟ ପ୍ରତି ଯଥେଷ୍ଟ ଧ୍ୟାନ ଦିଅନ୍ତୁ।
ମକର: ଅଫିସ କାମକୁ ନେଇ ବିଚାର ବିମର୍ଶ ହୋଇପାରେ। କାମକୁ ପୂରା କରିବାରେ ଧ୍ୟାନ ଲାଗି ରହିବ। ବ୍ୟବସାୟୀଙ୍କୁ ଲାଭ ମିଳିବ। ଛାତ୍ରଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ।
କୁମ୍ଭ: ପରିବାର ଲୋକଙ୍କ ସହ ଭଲ ସମୟ ବିତାଇବେ। କୌଣସି ବିଶେଷ କାମରେ ସଫଳତା ମିଳିବ। ବନ୍ଧୁ ସହିତ ସିନେମା ଦେଖିବାର ଯୋଜନା କରିପାରନ୍ତି।
ମୀନ: ଏକାଗ୍ର ମନରେ କରୁଥିବା କାମ ଲାଭଦାୟକ ସାବ୍ୟସ୍ତ ହେବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ। କୌଣସି ଦାୟିତ୍ବକୁ ଅଣଦେଖା କରନ୍ତୁ ନାହିଁ। ସ୍ବାସ୍ଥ୍ୟ ଭଲ ରହିବ।