ଜାଣନ୍ତୁ ଆଜି ଏମିତି କଟିବ ଆପଣଙ୍କର ଦିନ

ମେଷ : ଆଜି ରାହୁଙ୍କ ସହ ମନ୍ତ୍ରଣାଦାତା ଶୁକ୍ରଙ୍କ ସଂଯୋଗ କାରଣରୁ କୌଣସି ସିଦ୍ଧାନ୍ତ ନେବାରେ ଅସ୍ଥିରତା ଅନୁଭବ କରିବେ। ନିଜ ଲୋକ ମଧ୍ୟ ଅନ୍ୟମାନଙ୍କ ସହ ମିଶି ବିରୁଦ୍ଧାଚରଣ କରିପାରନ୍ତି। ଶିଳ୍ପ,ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକର ସାମ୍ନା କରିପାରନ୍ତି। ନିର୍ମାଣ, ବିବାଦୀୟ ଘଟଣା ଓ ଅର୍ଥ ସମ୍ପର୍କ କ୍ଷେତ୍ରରୁ ଉପକୃତ ହେବେ।

ବୃଷ : ବୃହସ୍ପତିଙ୍କ ପ୍ରଭାବରୁ କର୍ମକ୍ଷେତ୍ରରେ ଆକସ୍ମିକ ଭାବରେ ସୁଯୋଗ ଆସିବାର ସୂଚନା ରହିଛି। ପ୍ରତ୍ୟେକ କ୍ଷେତ୍ରରେ ଯାହା କରିବେ ଭଲ ରୂପେ ଭାବି ଚିନ୍ତି କାମ କରିବା ଭଲ ହେବ। ପ୍ରସ୍ତୁତି ପଥରେ ଥିବା କାମଗୁଡ଼ିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡ଼ିବ। ବନ୍ଧୁମାନଙ୍କ ସହ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।

ମିଥୁନ : ବୁଧଜନିତ କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଭୁଲ୍‌ ବୁଝାମଣାରୁ କୈଫିୟତ୍‌ ଦେବାକୁ ପଡ଼ିପାରେ। ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ। କଳା, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବାର ଆଶା ରହିଛି। କିନ୍ତୁ ଆଜି ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ କିଛି ଅସୁବିଧା ହେବ ନାହିଁ।

କର୍କଟ : ଆଜି ଭାଇ, ବନ୍ଧୁ, ସହକର୍ମୀ, ଅଂଶୀଦାର ବ୍ୟବସାୟୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ। ଯାତ୍ରା ସମୟରେ ବନ୍ଧୁଙ୍କ ସହ ମତାନ୍ତର ସୃଷ୍ଟି ହୋଇ ଅଶାନ୍ତି ଉପୁଜିପାରେ। ଚତୁର୍ଥାଧିପତିଙ୍କ ହେତୁ ଘରର ବରାଦ ଅନୁଯାୟୀ ଜିନିଷ କ୍ରୟ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗରୁ ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ।

ସି˚ହ : ଶନି ଯୁକ୍ତ ବୁଧ ହେତୁ ଆଜି ଅସାବଧାନତା ବଶତଃ ଧନ ହାନି ଯୋଗ ରହିଛି। କର୍ମକ୍ଷେତ୍ରରେ ନୂତନ ପଦକ୍ଷେପ ନେବା ପୂର୍ବରୁ ଭଲଭାବରେ ଚିନ୍ତା କରନ୍ତୁ। ଭୟ ଓ ଆଶଙ୍କା କାରଣରୁ କୌଣସି କାର୍ଯ୍ୟ କରିପାରିବେ ନାହିଁ। ନିଜ ଲୋକମାନଙ୍କଠାରୁ ଯାହା ଓ ଯେତିକି ପରିମାଣରେ ପାଇବା କଥା ତାହା ପାଇବା କଷ୍ଟକର ହୋଇପଡିବ।

କନ୍ୟା : ଦୀର୍ଘଦିନରୁ ଲାଗି ରହିଥିବା ଅପୂରଣୀୟ ଆଶା ଓ ଅର୍ଥର ଅଭାବ ହେତୁ ମାନସିକ ସ୍ଥିରତା ରହିବ ନାହିଁ। ହାତକୁ ନେଇଥିବା କାମ ଶୀଘ୍ର ସାରିବା ଭଲ ହେବ। ଅବଶ୍ୟ କିଛି ଅସୁବିଧା ହେବନି, ଆପଣ ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉପକୃତ ହେବେ। ଆଧ୍ୟାତ୍ମିକ ଗ୍ରହ ପ୍ରଭାବରୁ ସତ୍‌ସଙ୍ଗ କିମ୍ବା ନାମସଂକୀର୍ତ୍ତନରେ ନିଜକୁ ହଜାଇ ଦେଇପାରନ୍ତି।

ତୁଳା : ଆଜି ମନ ଅନୁଯାୟୀ କାମ କରିବାରେ ଅସୁବିଧା ହେବ ନାହିଁ। ରାଶିପ୍ରତି ମଙ୍ଗଳଙ୍କ ଦୃଷ୍ଟିରୁ ପ୍ରତ୍ୟେକ କାମ ସକାଶେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ଆନୁଷ୍ଠାନିକ କ୍ଷେତ୍ରରେ, ସଭାସମିତି, କଚେରି ମାମଲାରେ ସମ୍ମାନ ଲାଭ କରିବେ। ଗୃହ ନିର୍ମାଣ, ପଦସ୍ଥ ବ୍ୟକ୍ତିଙ୍କ ସହ ଆଲୋଚନାରେ ସମୟ କଟାଇବେ।

ବିଛା : ପୂର୍ବ ପରିକଳ୍ପିତ ଯେଉଁ କାମ ଆରମ୍ଭ କରିବାକୁ ଯାଉଛନ୍ତି ତାହା ବ୍ୟତିକ୍ରମ ଭିତରେ ସଫଳ ହେବ। ବନ୍ଧୁଙ୍କ ସାହାଯ୍ୟରୁ ପାରିବାରିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ରାହୁଜନିତ ଭୁଲ୍‌ ବୁଝାମଣା ଯୋଗୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବେ। ଆଜି ଶେଷ କରିବାକୁ ଚାହୁଁଥିଲେ କାମଟିକୁ ସାରିପାରିବେ ନାହିଁ।

ଧନୁ : ଆଜି ଯେତିକି ପାଇବେ ସେତିକିରେ ସନ୍ତୁଷ୍ଟ ରହିବା ଭଲ। ନବମାଧିପତିଙ୍କ ପ୍ରଭାବରେ ଶିକ୍ଷା, ସନ୍ତାନ, ପରୀକ୍ଷା ଓ ଇଣ୍ଟରଭ୍ୟୁ କ୍ଷେତ୍ରରେ ସଫଳତା ପାଇବେ। ସଭାସମିତିରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଲେ ସଫଳତା ପାଇପାରନ୍ତି। ଗଣତନ୍ତ୍ରକାରକ ଗ୍ରହ ଶନିଙ୍କ ପ୍ରଭାବରୁ ସାଂଗଠନିକ ସ୍ଥିତି ବେଶ୍‌ ଅନୁକୂଳ ହୋଇପାରେ।

ମକର : ପଡ଼ି ରହିଥିବା ଅବହେଳିତ କାମ ସକାଶେ ଚିନ୍ତା କରିପାରନ୍ତି। ବୃହସ୍ପତିଙ୍କ ପ୍ରଭାବରୁ ସହକର୍ମୀ ଫାଇଦା ହାସଲ ସକାଶେ ନିଜର ଭଳି ବ୍ୟବହାର କରିପାରନ୍ତି। ଯେତେ କାମ କଲେ ମଧ୍ୟ ପ୍ରତିବନ୍ଧକ ଯୋଗୁ ପ୍ରଗତିରେ ଅଗ୍ରଗତି ଅସମ୍ଭବ ହେବ। ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିପାରିବେ ନାହିଁ।

କୁମ୍ଭ : ପୂର୍ବ ଯୋଜନା ଅନୁଯାୟୀ କର୍ମରେ ଆଗୁସାର ହୋଇ ସଫଳତା ହାସଲ କରିବେ। ପିଲାଙ୍କ ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ, ତଥାପି ସମସ୍ୟା ସହଜରେ ସମାଧାନ ହୋଇଯିବ । ଶୁକ୍ରଜନିତ ପାରିବାରିକ କ୍ଷେତ୍ର ଶୃଙ୍ଖଳିତ ହେବ। ଆତ୍ମୀୟମାନେ ଶତ୍ରୁତା କରିବେ। ପ୍ରତ୍ୟୁଷ ଯାତ୍ରାରେ ସାମାନ୍ୟ ବିଘ୍ନ ଆସିପାରେ।

ମୀନ : ଆଜିର ପ୍ରତ୍ୟୁଷ ଯାତ୍ରା ସଫଳତା ଆଣିଦେବ। ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ ଓ ସଭା ସମିତି କ୍ଷେତ୍ରରେ ବିଜୟ ଓ ଗୌରବାର୍ଜନ ନିଶ୍ଚିତ। ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି, ଯାହା କି ଆପଣଙ୍କ ପାଇଁ ମହଙ୍ଗା ପଡ଼ିପାରେ। ରବି ଓ ଶୁକ୍ରଙ୍କ ଯୋଗୁ କଳା, ସାହିତ୍ୟ, ପ୍ରଶାସନିକ ସ୍ତରରେ ସମସ୍ୟାର ସମାଧାନ ହୋଇଯିବ।