ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
ଜରିମାନା ଗଣିବେ ଗୁଜରାଟ ଟାଇଟାନ୍ସ ଅଧିନାୟକ ଶୁଭମନ ଗିଲ। ୨୦୨୫ ଆଇପିଏଲରେ ସ୍ଲୋ ଓଭର ରେଟ ପାଇଁ ତାଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ GT ୭ ଉଇକେଟରେ ଜିତିବା ପରେ BCCI ଦ୍ୱାରା ଏହି ଜରିମାନା ଲାଗୁ କରାଯାଇଛି। ଏନେଇ ଆଇପିଏଲ୍ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି।
ପୂର୍ବରୁ ଡିସିର ଅକ୍ଷର ପଟେଲ, ମୁମ୍ବାଇ ଇଣ୍ଡିଆନ୍ସର ହାର୍ଦ୍ଦିକ ପାଣ୍ଡ୍ୟା, ରାଜସ୍ଥାନ ରୟାଲ୍ସର ରିୟାନ ପରାଗ ଏବଂ ସଞ୍ଜୁ ସାମସନ ଏବଂ ଲକ୍ଷ୍ନୌ ସୁପରଜାଏଣ୍ଟସର ଋଷଭ ପନ୍ତଙ୍କ ଉପରେ ମଧ୍ୟ ସ୍ଲୋ ଓଭର ରେଟ ପାଇଁ ଜରିମାନା ଲଗାଯାଇଛି।