ଆଜିର ରାଶିଫଳ
ମେଷ
ବାପାମାଆଙ୍କ ସହିତ ମନ୍ଦିରକୁ ଯିବେ। ଆପଣଙ୍କୁ କୌଣସି ବଡ଼ ସୁଯୋଗ ମିଳିବା ଯୋଗୁଁ ଧନଲାଭ ହେବ। ଜୀବନସାଥୀ ଆପଣଙ୍କୁ କୌଣସି ଖୁସି ଖବର ଶୁଣାଇବେ।
ବୃଷ
ବ୍ୟବସାୟୀଙ୍କୁ ଲାଭ ହେବ। ଜୀବନସାଥୀଙ୍କୁ ମନପସନ୍ଦ ଉପହାର ଦେବେ। ଜରୁରୀ ଜିନିଷ କେଉଁଠି ରଖିଦେଇ ପସୋରି ଯାଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ସହଯୋଗ କରିବେ।
ମିଥୁନ
ଜୀବନରେ ଉନ୍ନତିର ମଉକା ପାଇବେ। ଆପଣଙ୍କୁ ନିଜ ପରିଶ୍ରମ ହିସାବରେ ଫଳ ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।
କର୍କଟ
ଧନ ସମ୍ବନ୍ଧୀୟ ଚିନ୍ତା ଦୂର ହେବ। ଦାମ୍ପତ୍ୟ ଜୀବନ ସୁଖରେ ପୂର୍ଣ୍ଣ ରହିବ। ପିଲାମାନେ ଖେଳକୁଦରେ ବ୍ୟସ୍ତ ରହିବେ। ନିଦ ପୂରା ହେବା ଯୋଗୁଁ ବହୁତ ଭଲ ଅନୁଭବ କରିବେ।
ସିଂହ
ଘରେ ଶୁଭକାର୍ଯ୍ୟର ଆୟୋଜନ ପାଇଁ ରୂପରେଖ ପ୍ରସ୍ତୁତ କରିବେ। ଲାଗି ରହିଥିବା ସମସ୍ୟା ଦୂର ହେବ। ଧନଲାଭର ଯୋଗ ଅଛି। ସମାଜରେ ମାନ ସମ୍ମାନ ବଢ଼ିବ।
କନ୍ୟା
ଜୀବନସାଥୀ ସହଯୋଗରେ କାମ ପୂରା ହୋଇଯିବ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ବନ୍ଧୁ ସହିତ ମତଭେଦ ହେବ। ଭ୍ରମଣ ଯୋଗ ଅଛି।
ତୁଳା
ବେପାରରେ ଯୋଜନାବଦ୍ଧ ଭାବେ କାମ କରିବେ। ପରିବାରରେ ପରିବେଶ ଶାନ୍ତିଦାୟକ ରହିବ। କ୍ୟାରିୟର ସମ୍ବନ୍ଧରେ ଆପଣଙ୍କୁ ନୂଆ ଅବସର ମିଳିବ।
ବିଛା
ପରିବାରରେ ହର୍ଷ ଉଲ୍ଲାସର ବାତାବରଣ ରହିବ। ଛାତ୍ରଙ୍କ ଲାଗି ଦିନଟି ଭଲ। ଶିକ୍ଷକଙ୍କର ପୂରା ସହଯୋଗ ପାଇବେ। ବ୍ୟବସାୟୀଙ୍କୁ ବହୁତ ଭଲ ଅବସର ମିଳିବ।
ଧନୁ
ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ଦାମ୍ପତ୍ୟ ବୁଝାମଣା ବଢ଼ିବ। ଆପଣଙ୍କ କାର୍ଯ୍ୟଦକ୍ଷତା ଦେଖି ସହକର୍ମୀ ପ୍ରଭାବିତ ହେବେ।
ମକର
କ୍ୟାରିୟରରେ ଆପଣଙ୍କୁ କାହାରି ସହଯୋଗ ପ୍ରାପ୍ତ ହେବ। ପରିବାର ସହିତ ବସି ଭ୍ରମଣ ଯୋଜନା କରିବେ। ସକାରାତ୍ମକ ମାନସିକତା ଆପଣଙ୍କ କାର୍ଯ୍ୟରେ ସଫଳତା ଆଣିଦେବ।
କୁମ୍ଭ
ଉପଯୁକ୍ତ ଯୋଜନା ମାଧ୍ୟମରେ କ୍ୟାରିୟରରେ ପରିବର୍ତ୍ତନ ଆଣିବେ। ଚାକିରିଆଙ୍କ ଲାଗି ଦିନଟି ଅନୁକୂଳ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କୁ ସୁବର୍ଣ୍ଣ ସୁଯୋଗ ମିଳିବ।
ମୀନ
ବେପାରରେ ଲାଭ ହେବାର ଆଶା ଅଛି। ନୂଆ କାମ କରିବା ଲାଗି ଭାବିବେ। ମନରେ ପ୍ରଚୁର ଆତ୍ମବିଶ୍ବାସ ରହିବ। ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।