ଆଜିର ରାଶିଫଳ

ମେଷ: ଆପଣ ସମସ୍ତଙ୍କ ଦୃଷ୍ଟିରେ ଭଲ ହୋଇ ରହିବେ। ଘରୋଇ ସମସ୍ୟାର ସମାଧାନ ବାହାରିବ। ଘରୋଇ ଉଦ୍ୟୋଗ କର୍ମଚାରୀଙ୍କୁ ନୂଆ ପ୍ରକଳ୍ପର ଦାୟିତ୍ବ ମିଳିବ।

ବୃଷ: ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। କାମରେ ଆପଣଙ୍କର ଏକାଗ୍ରତା ବଜାୟ ରହିବ। ଡାକ୍ତରଙ୍କର ଖ୍ୟାତି ସୁଦୂର ପ୍ରସାରୀ ହେବ। ପ୍ରେମୀଯୁଗଳ ଏକାଠି ସମୟ କାଟିବେ।

ମିଥୁନ: ପୁଞ୍ଜି ବଜାରରେ ନିବେଶ ଲାଗି ଦିନଟି ଭଲ। ଜରୁରୀ ବିଷୟରେ ପରିବାର ଲୋକଙ୍କ ସହିତ କଥା ହେବେ। ଚାକିରିଜୀବୀଙ୍କୁ ଭଲ ସୁଯୋଗ ମିଳିବ।

କର୍କଟ: ଯେଉଁ କାମ କରିବେ ନିର୍ଦ୍ଧାରିତ ସମୟ ଭିତରେ ସଂପୂର୍ଣ୍ଣ ହେବ। କୋର୍ଟ କଚେରି ମାମଲା ଠାରୁ ଦୂରରେ ରହନ୍ତୁ। ଅବିବାହିତଙ୍କର ବିବାହ ଲାଗି ଭଲ ପ୍ରସ୍ତାବ ଆସିବ।

ସିଂହ: ଚାକିରିଆଙ୍କୁ ଉନ୍ନତିର ଅବସର ମିଳିବ। କାରବାରରେ ଲାଗି ରହିଥିବା ସମସ୍ୟାର ନିବାରଣ ହେବ। ଲେଖକଙ୍କ ଲାଗି ଭଲ ଦିନଟିଏ। ଛାତ୍ରଙ୍କୁ ଶିକ୍ଷକଙ୍କ ପୂରା ସହଯୋଗ ମିଳିବ।

କନ୍ୟା: ସବୁ ସମସ୍ୟାର ସମାଧାନ ହେବ। ଜୀବନରେ ଆଗକୁ ବଢ଼ିବାର ରାସ୍ତା ଖୋଲିବ। ଧର୍ମକାର୍ଯ୍ୟ କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ଛାତ୍ରଙ୍କ କ୍ୟାରିୟର ନୂଆ ମୋଡ଼ ନେବ।

ତୁଳା: ପାଖ ଲୋକ ଆପଣଙ୍କ ଖୁସିକୁ ଦିଗୁଣା କରିଦେବେ। ବିବାହିତଙ୍କ ଲାଗି ସ୍ଥିତି ଭଲ ରହିବ। ବ୍ୟବସାୟୀଙ୍କୁ ଲାଭ ହେବ। ଗବେଷକଙ୍କୁ ଲାଭ ମିଳିବାର ଯୋଗ ରହିଛି।

ବିଛା: କାମର ବୋଝ ବଢ଼ିପାରେ। କାମରେ ସାହାଯ୍ୟ କରିବାକୁ କିଛି ଲୋକ ମନା କରିପାରନ୍ତି। ପିଲାମାନଙ୍କ ସହିତ ଖୁସିର ମୁହୂର୍ତ୍ତ କାଟିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ଧନୁ: ଜୀବନସାଥୀ ଆପଣଙ୍କ ମନର ବିଶେ‌ଷ ଆଶା ପୂରା କରିବେ। ବ୍ୟବସାୟ କାମରେ ଅନ୍ୟ ରାଜ୍ୟକୁ ଯାଇପାରନ୍ତି। ନୂଆ ଲୋକଙ୍କ ସହିତ ମିଶିଲେ ଜୀବନରେ ପରିବର୍ତ୍ତନ ଆସିବ।

ମକର: ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ। କିଛି ନୂଆ ବନ୍ଧୁ ହୋଇପାରନ୍ତି। ଆପଣଙ୍କ କାମରେ ଅଧିକାରୀ ବର୍ଗ ଖୁସି ରହିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

କୁମ୍ଭ: ନୂଆ କାମରେ ଭାଗ୍ୟର ସଂପୂର୍ଣ୍ଣ ସହାୟତା ପାଇବେ। ଅଧିକାରୀମାନଙ୍କର ପ୍ରଶଂସା ଆପଣଙ୍କୁ ଉତ୍ସାହିତ କରିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ।

ମୀନ: କୌଣସି ନା କୌଣସି ସମସ୍ୟାର ସାମନା କରିବେ। କିଛି ଲୋକ ଆପଣଙ୍କୁ ସାହାଯ୍ୟ କରିବେ। କାରବାରରେ ଅଚାନକ ଧନଲାଭ ହେବ। ଜୀବନସାଥୀଙ୍କ ସହ ସମ୍ବନ୍ଧ ମଜଭୁତ ହେବ।