ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣଙ୍କୁ ପରିଣାମ ମିଳିବ

ଅଦ୍ୟ ଜାନୁଆରୀ ମାସ ୨୦ ତାରିଖ ୨୦୨୫ ମସିହା (ସୋମବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ମାଘମାସ- କୃଷ୍ଣପକ୍ଷ
ତିଥି- ଷଷ୍ଠୀ ଦିବା ଘ୦୯/୫୪ ଗତେ ସପ୍ତମୀ
ନକ୍ଷତ୍ର- ହସ୍ତା ରାତ୍ରି ଘ୦୯/୦୭ ଗତେ ଚିତ୍ରା
ଚନ୍ଦ୍ର -କନ୍ୟା
ଯୋଗ- ଶୁକର୍ମା
କରଣ – ବାଣିଜ୍ୟ
ସୌରମାସ- ମକର ୦୭ ଦିନ

ମେ‌ଷ: ଜୀବନସାଥୀ ସହ କୌଣସି ଧର୍ମାନୁଷ୍ଠାନକୁ ଯିବେ। କ୍ଷୁଦ୍ରଉଦ୍ୟୋଗୀଙ୍କୁ ଯଥେଷ୍ଟ ଲାଭ ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କୁ ଲାଭ ମିଳିବ। ପୂର୍ବ କଥା ଦାମ୍ପତ୍ୟ ଜୀବନକୁ ମଧୁର କରିବ।

ମିଥୁନ: କାରବାର ବୃଦ୍ଧି ପାଇଁ ଉପାୟ ଫଳପ୍ରଦ ହେବ। ଧନଲାଭ ହେବା ଯୋଗୁଁ ଖର୍ଚ୍ଚ ଭରଣା କରିବା ସହଜ ହେବ। ଘରକୁ ନୂଆ ବନ୍ଧୁ ଆସିବେ। କଳାକାରଙ୍କୁ ଲାଭ ମିଳିବା ଯୋଗ ଅଛି। ‌

କର୍କଟ: ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କାରବାରରେ ଧନଲାଭ ହେବ। କୌଣସି ଲୋକଙ୍କ ସହିତ ନୂଆ ଯୋଜନା ଉପରେ କଥା ହେବେ। ବିବାହିତ ବାହାରକୁ ବୁଲି ଯିବେ।

ସିଂହ: ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣଙ୍କୁ ପରିଣାମ ମିଳିବ। ବୈବାହିକ ଜୀବନ ସୁଖକର ହେବ। ବେକାରଙ୍କୁ ନୂଆ ଚାକିରିର ସୁଯୋଗ ମିଳିବ। ନୂଆ କାର୍ କିଣିବା ଲାଗି ଆଗ୍ରହ ବଢ଼ିବ।‌

କନ୍ୟା: ଆପଣଙ୍କର ନୂଆ ଶକ୍ତିକୁ ପ୍ରୟୋଗରେ ଲଗାନ୍ତୁ। ଧନଲାଭର ନୂଆ ରାସ୍ତା ଖୋଲିବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଜୀବନସାଥୀର ପ୍ରେମ ଓ ସୁଖ ପାଇବେ। ‌ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣଙ୍କୁ ପରିଣାମ ମିଳିବ

ତୁଳା: ପୂର୍ବରୁ ପ୍ରୟାସ କରି ଆସୁଥିବା କାମରେ ଆପଣଙ୍କୁ ଲାଭ ମିଳିପାରେ। ଆପଣଙ୍କ ସକାରାତ୍ମକ ବିଚାରରେ ଲୋକେ ପ୍ରଭାବିତ ହେବେ। ରାଜନୀତିରେ କିଛି ଆଶା ପୂରଣ ହେବ। ପ୍ରେମ ଜୀବନ ମଧୁର ହେବ। ‌

ବିଛା: ପୂର୍ବ କଥା ପସୋରି ନୂଆ କାମ ଆରମ୍ଭ କରନ୍ତୁ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଋଣ ପରିଶୋଧ କରିବେ। ଓକିଲ ପୁରୁଣା ମକଦ୍ଦମାରେ ଜିତିବେ। ଛାତ୍ରଙ୍କ ଲାଗି ଦିନଟି ଭଲ। ‌

ଧନୁ: ଆପଣଙ୍କର ଧ୍ୟାନ ଆଧ୍ୟାତ୍ମିକ ଆଡ଼କୁ ଅଧିକ ରହିବ। ପ୍ରତିଟି କାମରେ ନିଜକୁ ଯୋଗ୍ୟ ପ୍ରମାଣିତ କରିବେ। ବନ୍ଧୁ ଆପଣଙ୍କୁ ବଧାଇ ଦେବା ପାଇଁ ଘରକୁ ଆସିବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣଙ୍କୁ ପରିଣାମ ମିଳିବ

ମକର: ସାରାଦିନ କାମରେ ବ୍ୟସ୍ତ ରହିବେ। ଶାନ୍ତ ରହି ବିବାଦକୁ ସମାଧାନ କରନ୍ତୁ। ଭାଗୀଦାରି କାରବାରରେ ଲାଭ ପାଇବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ମନର କଥା ସାଥୀଙ୍କୁ କହିବେ।

କୁମ୍ଭ: ପୂର୍ବରୁ ଲାଗି ରହିଥିବା ଚିନ୍ତା ଦୂର ହେବ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ବ୍ୟବସାୟରେ ଲାଭ ହେବ। ଡ଼ାକ୍ତରୀ ଛାତ୍ରଙ୍କୁ ବଡ଼ ଡ଼ାକ୍ତରଙ୍କ ସହ କାମ କରିବାର ଅବସର ମିଳିବ।

ମୀନ: କାମରେ ବ୍ୟସ୍ତ ରହିବା ସତ୍ତ୍ବେ ସନ୍ଧ୍ୟାରେ ପରିବାର ସହ ସମୟ ଅତିବାହିତ କରିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କୁ ସଫଳତା ମିଳିପାରେ। ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣଙ୍କୁ ପରିଣାମ ମିଳିବ