ଆଜି କେଉଁ ରାଶିରେ ଧନଲାଭ ହେବ ?
ଅଦ୍ୟ ଅକ୍ଟୋବର ମାସ ୧୨ ତାରିଖ ୨୦୨୪ ମସିହା(ଶନିବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ଆଶ୍ୱିନମାସ- ଶୁକ୍ଳପକ୍ଷ
ତିଥି- ନବମୀ ଦିବା ଘ୧୧/୦୬ ଗତେ ଦଶମୀ
ନକ୍ଷତ୍ର- ଉତ୍ତରା ଷାଢା ପ୍ରାତଃ ଘ୦୬/୧୪ ଗତେ ଶ୍ରବଣା
ଚନ୍ଦ୍ର – ମକର
ଯୋଗ- ଧୃତି
କରଣ – କୌଳବ
ସୌରମାସ- କନ୍ୟା ୨୭ ଦିନ
ସୁର୍ୟୋଦୟ-ପ୍ରାତଃ ଘ୦୫/୪୪/୫୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୩/୧୬
ଯୋଗିନୀ ପୂର୍ବେ ଦିବା ଘ ୧୧/୦୬ ଗତେ ଉତ୍ତରେ
ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ସିଂହ ରାଶିର ଘାତ ଚନ୍ଦ୍ର
ବୃଷ,ସିଂହ ଓ କନ୍ୟା ରାଶି ର ଘାତବାର
ପୀଠେ ଦଶହରା ଓ ମୃଣ୍ମୟୀ ଦେବୀ ଙ୍କ ମହା ନବମୀ ପୂଜା
ମେଷ: କୌଣସି ଆହ୍ବାନକୁ ସହଜରେ ସମାଧାନ କରିପାରିବେ। ଜରୁରୀ କାମରେ ଭଉଣୀ ଆପଣଙ୍କୁ ସାହାଯ୍ୟ କରିବାକୁ କହିବେ। ପଡ଼ୋଶୀଙ୍କ ଠାରୁ ସକାରାତ୍ମକ ବ୍ୟବହାର ପାଇବେ।
ବୃଷ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଜୀବନସାଥୀ ସହ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହେବ। କାରବାରରେ ଲାଗି ରହିଥିବା ବାଧା ଦୂର ହେବ। ଘରକୁ କୌଣସି ବନ୍ଧୁ ଆସି ପାରନ୍ତି।
ମିଥୁନ: ଅଫିସରେ କାମର ବୋଝ ଅଧିକ ରହିବ। ଧୀଶକ୍ତି ବଳରେ ସବୁ ପ୍ରକାର ସ୍ଥିତିକୁ ସମ୍ଭାଳି ନେବେ। ଜୀବନସାଥୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ଛାତ୍ରଛାତ୍ରୀ ଏକାନ୍ତ ଜାଗାରେ ଅଧ୍ୟୟନ କରନ୍ତୁ। ଧନ ଲାଭ ହେବ ।
କର୍କଟ: ମାନସିକ ରୂପେ ପ୍ରସନ୍ନତା ବଜାୟ ରହିବ। ପୁରୁଣା ମକଦ୍ଦମାରେ ଜୟଲାଭ କରିବେ। ପ୍ରେମୀ ଯୁଗଳଙ୍କ ଲାଗି ଭଲ ଦିନଟିଏ। ଡ଼ାକ୍ତରୀ ଛାତ୍ରଙ୍କୁ ବରିଷ୍ଠ ଡ଼ାକ୍ତରଙ୍କ ସହ କାମ କରିବାର ଅବସର ମିଳିବ।
ସିଂହ: ଆପଣଙ୍କର ସବୁ କାମ ନିଜେ କରିବାକୁ ଚେଷ୍ଟା କରନ୍ତୁ। ଘରର ବାତାବରଣ ଠିକ୍ ରହିବ। ସିମେଣ୍ଟ ବେପାରୀଙ୍କ ଲାଗି ଦିନଟି ଭଲ। କୌଣସି ବନ୍ଧୁ ଆପଣଙ୍କ ସହ ମିଶିବାକୁ ଆସିବେ।
କନ୍ୟା: ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ିବେ। ଦୋକାନଦାରଙ୍କୁ ଯଥେଷ୍ଟ ଲାଭ ମିଳିବ। ଆପଣଙ୍କ ଯୋଜନା ଅନ୍ୟମାନଙ୍କୁ ଜଣାନ୍ତୁ ନାହିଁ। ପରିବାରରେ ଖୁସିର ବାତାବରଣ ରହିବ। ଧନ ଲାଭ ହେବ ।
ତୁଳା: ଆପଣଙ୍କର ଶକ୍ତି ଭଲ କାମରେ ଲଗାଇ ପାରନ୍ତି। ବ୍ୟବସାୟରେ ଧନଲାଭ ହେବ। ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ବଡ଼ ଭାଇ ଭଉଣୀଙ୍କ ସମ୍ବନ୍ଧ ମଜଭୁତ ହେବ।
ବିଛା: ନିଜର ସାମର୍ଥ୍ୟରେ କାମକୁ ସରଳତାପୂର୍ବକ ପୂରା କରିନେବେ। ବିରୋଧୀମାନଙ୍କ ପ୍ରତି ସାବଧାନ ରୁହନ୍ତୁ। ସମ୍ବନ୍ଧରେ ସୁଧାର ଆଣିବା ଲାଗି ଭଲ ଦିନଟିଏ। ଛାତ୍ରଙ୍କର ମନ ଉପନ୍ୟାସ ପଢ଼ିବାରେ ରହିବ।
ଧନୁ: ନିଜର ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ। ପାରିବାରିକ ବିଷୟରେ ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ। କୌଣସି ବଡ଼ ସୁଯୋଗ ମିଳିବା ଯୋଗୁଁ ଧନଲାଭ ହୋଇପାରେ। ଧନ ଲାଭ ହେବ
ମକର: ବାପାଙ୍କ କହିବା ମାର୍ଗରେ ଚାଲନ୍ତୁ ସଫଳତା ନିଶ୍ଚୟ ପାଇବେ। ବ୍ୟବସାୟରେ ଭଲ ସୁଯୋଗ ପାଇବେ। ସନ୍ଧ୍ୟା ସୁଦ୍ଧା କୌଣସି ସମାରୋହରେ ସାମିଲ ହୋଇପାରନ୍ତି। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଧନ ଲାଭ ହେବ
କୁମ୍ଭ: କାମ ପାଇଁ ଅଧିକ ଯାଆସ କରିବେ। ଦୀର୍ଘ ଦିନର ସ୍ଥଗିତ ଥିବା ସରକାରୀ କାମ ପୂରା ହୋଇଯିବ। ପରିବାର ସହ ମଧ୍ୟାହ୍ନ ଭୋଜନର ଆନନ୍ଦ ଉପଭୋଗ କରିବେ। ଛାତ୍ରଙ୍କ ଲାଗି ଦିନଟି ଭଲ।
ମୀନ: କିଛି ନୂଆ ଓ ସକାରାତ୍ମକ କାମ କରିବାକୁ ଭାବିବେ। କ୍ଷୁଦ୍ର ଉଦ୍ୟୋଗୀଙ୍କ ଲାଗି ଦିନଟି ଭଲ। କୋର୍ଟ କଚେରି ଲାଗି ରହିଥିବା ମକଦ୍ଦମାର ସମାଧାନ ବାହାରିବ। ପତି ପତ୍ନୀଙ୍କ ମଧ୍ୟରେ ସମ୍ବନ୍ଧ ମଧୁର ହେବ।