ଆଜିର ରାଶିଫଳ
ମେଷ: ଭାବିଥିବା କାମ ସଂପୂର୍ଣ୍ଣ ହେବ। ଆପଣଙ୍କ ବ୍ୟବହାରରେ ପରିବାରର ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ନିର୍ମିତ ହେବ। କୌଣସି ପାଖଲୋକ ଆର୍ଥିକ ସହାୟତା ମାଗିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।
ବୃଷ: ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। ଆପଣଙ୍କୁ ନୂଆ ଉତ୍ସରୁ ଧନପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନ ବହୁତ ରୋଚକ ଓ ସୁଖମୟ ରହିବ। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।
ମିଥୁନ: ବିନା କାରଣରେ କାହାରି ସହିତ ଅଭଦ୍ରତା କରନ୍ତୁ ନାହିଁ। ଯେଉଁମାନେ ରାଜନୀତି କ୍ଷେତ୍ରରେ ଅଛନ୍ତି ସେମାନଙ୍କର ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ। ପାରିବାରିକ ଜୀବନ ସମୃଦ୍ଧ, ଶାନ୍ତିପୂର୍ଣ୍ଣ ରହିବ।
କର୍କଟ: ଦିନଟି ଆପଣଙ୍କୁ ଉନ୍ନତି ଦେବ। ମୁସ୍କିଲ ପରିସ୍ଥିତିରେ ବନ୍ଧୁର ସାହାଯ୍ୟ ପାଇବେ। ବ୍ୟବସାୟୀ କୌଣସି ବଡ଼ ନିର୍ଣ୍ଣୟ ନେବେ। ବାପା ମାଆ ପିଲାଙ୍କର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଚିନ୍ତା କରିବେ।
ସିଂହ: ପାରିବାରିକ ଜୀବନ ଆହ୍ଲାଦିତ ହେବ। ବେପାରୀବର୍ଗଙ୍କୁ ଧନଲାଭ ହେବ। କୌଣସି ପ୍ରକାର ବିବାଦ ଠାରୁ ଦୂରରେ ରହନ୍ତୁ। ଆପଣ ଆଶା କରିଥିବା ଜାଗାରେ ଚାକିରି ପାଇବେ।
କନ୍ୟା: ସରକାରୀ କାମରେ ଆପଣ ସଫଳତା ପାଇବେ। ବାପା ମାଆଙ୍କର ପରାମର୍ଶ ଆପଣଙ୍କ ପାଇଁ ଲାଭକାରୀ ସିଦ୍ଧି ହେବ। ଓକିଲଙ୍କର ସମାଜରେ ପ୍ରସିଦ୍ଧି ବଢ଼ିବ। ଆୟ ବ୍ୟୟରେ ସମାନତା ରହିବ।
ମୀନ: କାମ କରିବା ସମୟରେ ଧ୍ୟାନ ଏକତ୍ର କରନ୍ତୁ। ସରକାରୀ କାମରେ କିଛି ଲୋକଙ୍କ ସାହାଯ୍ୟ ପାଇବେ। ନୂଆ ଘର କିଣିବାର ବିଚାର ବଡ଼ମାନଙ୍କ ସହିତ ବସି କରିନେବେ। ନବଦମ୍ପତିଙ୍କ ଲାଗି ଭଲ ଦିନଟିଏ।