ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟି-୨୦

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟି-୨୦ । ପ୍ରଥମ ମ୍ୟାଚ୍‌ରେ ଭାରତ ୩ ଜଣ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଥିଲା । ରବୀନ୍ଦ୍ର ଜାଡେଜା, ରବି ବିଷ୍ଣୋଇ ଓ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ମଧ୍ୟ ମିଳିତ ଭାବେ ୫ ୱିକେଟ୍‌ ବାଣ୍ଟିନେଇ ଦଳର ନିଷ୍ପତ୍ତିକୁ ଯଥାର୍ଥ କରିଥିଲେ । ଦ୍ୱିତୀୟ ମ୍ୟାଚ୍‌ରେ ଦଳ ଅପରିବର୍ତିତ ରଖିବା ସପକ୍ଷରେ ଅଧିନାୟକ ରୋହିତ ଶର୍ମା ରହିଛନ୍ତି।

ତଥାପି ସ୍ପିନ ବିଭାଗରେ ଗୋଟିଏ ପରିବର୍ତନ କରିବା ପାଇଁ ଚିନ୍ତା କରିଛନ୍ତି । ପ୍ରଥମ ମ୍ୟାଚ୍‌ ଖେଳିଥିବା ୩ ସ୍ପିନରଙ୍କ ମଧ୍ୟରୁ ଜଣଙ୍କୁ ବସାଇ ତାଙ୍କ ସ୍ଥାନରେ ଅକ୍ଷର ପଟେଲ କିମ୍ବା କୁଲ୍‌ଦୀପ ଯାଦବଙ୍କୁ ଖେଳାଇବା ସମ୍ଭାବନା ରହିଛି । ରୋହିତ ଶର୍ମା (ଗ), ଋଷଭ ପନ୍ତ , ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ରବିନ୍ଦ୍ର ଜାଡେଜା, ରବି ବିଷ୍ଣୋଇ, ଭୁବନେଶ୍ୱର କୁମାର, ରବିଚନ୍ଦ୍ରନ ଅଶ୍ୱିନ, ଅର୍ଶଦୀପ ସିଂ ଖେଳିବାର ସଂଭାବନା ରହିଛି । ରାତି 8ଟାରେ ମ୍ୟାଚ ଆରମ୍ଭ ହେବ