ଜିମ୍ବାୱେ ବିପକ୍ଷରେ ଦିନିକିଆ ଶୃଙ୍ଖଳା ପାଇଁ ଭାରତୀୟ ଟିମ୍ ଘୋଷିତ ହୋଇଛି । ଶିଖର ଧୱନଙ୍କୁ ଟିମ୍ର ଦାୟିତ୍ୱ ଦିଆଯାଇଛି । ୱେଷ୍ଟଇଣ୍ଡିଜ ଗସ୍ତରେ ଶିଖର ଧୱନ ଭଲ ନେତୃତ୍ୱ ନେଇଥିବାରୁ ଟିମ୍ ଇଣ୍ଡିଆ ପୁଣି ଥରେ ତାଙ୍କ ଉପରେ ଭରସା କରି ଅଧିନାୟକ ଦାୟିତ୍ୱ ଦେଇଛି । ଟିମ୍ରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ସାମିଲ କରାଯାଇ ନାହିଁ । ତାଙ୍କୁ ବିଶ୍ରାମ ଦିଆଯାଇଛି । ସବୁଠାରୁ ବଡ଼ କଥା ହେଲା ଯେ, ଯୁବ କ୍ରିକେଟର ଦୀପକ ଚାହର ଟିମକୁ ଫେରିଛନ୍ତି । ଶିଖର ଧୱନ ନିକଟରେ ଶେଷ ହୋଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ୩-୦ରେ ଭାରତକୁ ଜିତାଇପାରିଛନ୍ତି । ଏହି ଶୃଙ୍ଖଳାରେ ରୋହିତ, କୋହଲି ଓ ଜସପ୍ରୀତ ଖେଳି ନଥିଲେ । ତେଣୁ ଚୟନକାରୀ ଧୱନଙ୍କ ଉପରେ ବିଶ୍ୱାସ ରଖିଛନ୍ତି ।
Trending
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
- ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଙ୍କୁ ଆଜି ଅତିଥି ଭବନରେ ଜେରା କରିପାରେ NHRC
- ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
Next Post