ଜିମ୍ବାୱେ ଗସ୍ତ ପାଇଁ ଧୱନଙ୍କୁ ଦାୟିତ୍ୱ

ଜିମ୍ବାୱେ ବିପକ୍ଷରେ ଦିନିକିଆ ଶୃଙ୍ଖଳା ପାଇଁ ଭାରତୀୟ ଟିମ୍ ଘୋଷିତ ହୋଇଛି । ଶିଖର ଧୱନଙ୍କୁ ଟିମ୍‌ର ଦାୟିତ୍ୱ ଦିଆଯାଇଛି । ୱେଷ୍ଟଇଣ୍ଡିଜ ଗସ୍ତରେ ଶିଖର ଧୱନ ଭଲ ନେତୃତ୍ୱ ନେଇଥିବାରୁ ଟିମ୍ ଇଣ୍ଡିଆ ପୁଣି ଥରେ ତାଙ୍କ ଉପରେ ଭରସା କରି ଅଧିନାୟକ ଦାୟିତ୍ୱ ଦେଇଛି । ଟିମ୍‌ରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ସାମିଲ କରାଯାଇ ନାହିଁ । ତାଙ୍କୁ ବିଶ୍ରାମ ଦିଆଯାଇଛି । ସବୁଠାରୁ ବଡ଼ କଥା ହେଲା ଯେ, ଯୁବ କ୍ରିକେଟର ଦୀପକ ଚାହର ଟିମକୁ ଫେରିଛନ୍ତି । ଶିଖର ଧୱନ ନିକଟରେ ଶେଷ ହୋଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ୩-୦ରେ ଭାରତକୁ ଜିତାଇପାରିଛନ୍ତି । ଏହି ଶୃଙ୍ଖଳାରେ ରୋହିତ, କୋହଲି ଓ ଜସପ୍ରୀତ ଖେଳି ନଥିଲେ । ତେଣୁ ଚୟନକାରୀ ଧୱନଙ୍କ ଉପରେ ବିଶ୍ୱାସ ରଖିଛନ୍ତି ।