ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଣି କରୋନା ସଂକ୍ରମିତ ହୋଇଛନ୍ତି । ବିନା ଲକ୍ଷଣରେ ବାଇଡେନଙ୍କୁ କରୋନା ହୋଇଥିବା ନେଇ ସୂଚନା ଦିଆଯାଇଛି । ହ୍ୱାଇଟ୍ ହାଉସର ସୂଚନା ଅନୁଯାୟୀ ବର୍ତ୍ତମାନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ତେଣୁ ସେ ଆଇସୋଲେସନରେ ରହିଛନ୍ତି । ଗତ ମତ୍ର ତିନି ଦିନ ତଳେ କରୋନାରୁ ସୁସ୍ଥ ହୋଇଥିଲେ ବାଇଡେନ୍ । ହେଲେ ଗତକାଲି ତାଙ୍କର କରୋନା ପରୀକ୍ଷା କରିବା ପରେ ରିପୋର୍ଟ ପଜିଟିଭ୍ ଆସିଥିବା କୁହାଯାଇଛି ।ସୂଚନା ଥାଉକି ପୂର୍ବରୁ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ ଜୋ ବାଇଡେନ । ଜୁଲାଇ ୨୧ ତାରିଖରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଅରସିଥିଲା । ବାଇଡେନ୍ ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପୂର୍ବରୁ ଫାଇଜରର ଦୁଇଟି ଯାକ କରୋନା ଟିକା ନେଇଥିଲେ ।
Trending
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
Prev Post
Next Post