ଆଗକୁ ଆଉ ଆକାଶରେ ଉଡିବନି ମିଗ୍-୨୧ ଯୁଦ୍ଧ ବିମାନ । ୨୦୨୫ ସୁଦ୍ଧା ବନ୍ଦ ହେବ ଭାରତୀୟ ବାୟୁସେନାରେ କାର୍ଯ୍ୟକ୍ଷମ ଥିବା ସମସ୍ତ ୪ଟି ମିଗ୍-୨୧ ସ୍କ୍ୱାର୍ଡନ । ମିଗ୍-୨୧ ବଦଳରେ ନୂଆ ଲଢୁଆ ବିମାନ ମୁତୟନ କରାଯିବ । ଆସନ୍ତା ସେପ୍ଟେମ୍ବରରେ ଗୋଟିଏ ସ୍କ୍ୱାର୍ଡନ ବନ୍ଦ ହେବାକୁ ଥିବା ବେଳେ ଅବଶିଷ୍ଟ ୩ଟି ସ୍କ୍ୱାର୍ଡନକୁ ଆସନ୍ତା ୩ବର୍ଷରେ ବନ୍ଦ କରାଯିବ ।ଶ୍ରୀନଗରରେ ଅବସ୍ଥାପିତ ୫୧ ନମ୍ବର ସ୍କ୍ୱାର୍ଡନକୁ ବନ୍ଦ କରାଯିବ । ଏହି ସ୍କ୍ୱାର୍ଡନ ସୋର୍ଡ ଆର୍ମସ ନାଁରେ ପରିଚିତ । ୨୦୧୯ ଫେବ୍ରୁୟାରୀ ୨୭ତାରିଖରେ ଏଲଓସିରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ, ପାକିସ୍ତାନର ଏଫ-୧୬ ବିମାନକୁ ଖସାଇ ଦେଇଥିଲେ । ଅଭିନନ୍ଦନ ସେହି ସମୟରେ ୫୧ ନମ୍ବର ସ୍କ୍ୱାର୍ଡନରେ କାମ କରୁଥିଲେ । ସୋଭିଏତ ରୁଷରୁ ଆସିଥିବା ଏହି ମିଗ୍-୨୧ ବିମାନ ଭାରତୀୟ ବାୟୁସେନାରେ ଦୀର୍ଘ ବର୍ଷ ହେଲା ସେବା ଯୋଗାଇ ଆସୁଛି । କିନ୍ତୁ ଗତ ୬ ଦଶନ୍ଧୀରେ ୪ଶହରୁ ଅଧିକ ଥର ଦୁର୍ଘଟଣାଗ୍ରସ୍ତ ହୋଇଛି ମିଗ୍-୨୧ ।
Trending
- ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ
- ନବୀନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
- ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମାରିଥିଲେ ଚାପୁଡ଼ା
- କୋଟା-ବୁନ୍ଦି ଠାରେ ଆନୁମାନିକ ୧୫୦୭ କୋଟି ଟଙ୍କା ବ୍ୟୟରେ ଗ୍ରିନ୍ ଫିଲ୍ଡ ବିମାନ ବନ୍ଦର
- ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା
- କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ
- ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି
- ୬ଥାକିଆ ହେବ ଭୁବନେଶ୍ବର ବାଇପାସ୍ ରୋଡ୍
- ଇଣ୍ଡି ମେଣ୍ଟ ତରଫରୁ ସୁଦର୍ଶନ ରେଡ୍ଡୀ ଉପରାଷ୍ଟ୍ରପତି ପ୍ରାର୍ଥୀ, କିନ୍ତୁ ଜିତିବେ ଏନଡିଏ ପ୍ରାର୍ଥୀ !
- ଶ୍ରୀମନ୍ଦିରରେ କାଳୀୟଦଳନ ନୀତି