ଆଗକୁ ଆଉ ଆକାଶରେ ଉଡିବନି ମିଗ୍-୨୧ ଯୁଦ୍ଧ ବିମାନ । ୨୦୨୫ ସୁଦ୍ଧା ବନ୍ଦ ହେବ ଭାରତୀୟ ବାୟୁସେନାରେ କାର୍ଯ୍ୟକ୍ଷମ ଥିବା ସମସ୍ତ ୪ଟି ମିଗ୍-୨୧ ସ୍କ୍ୱାର୍ଡନ । ମିଗ୍-୨୧ ବଦଳରେ ନୂଆ ଲଢୁଆ ବିମାନ ମୁତୟନ କରାଯିବ । ଆସନ୍ତା ସେପ୍ଟେମ୍ବରରେ ଗୋଟିଏ ସ୍କ୍ୱାର୍ଡନ ବନ୍ଦ ହେବାକୁ ଥିବା ବେଳେ ଅବଶିଷ୍ଟ ୩ଟି ସ୍କ୍ୱାର୍ଡନକୁ ଆସନ୍ତା ୩ବର୍ଷରେ ବନ୍ଦ କରାଯିବ ।ଶ୍ରୀନଗରରେ ଅବସ୍ଥାପିତ ୫୧ ନମ୍ବର ସ୍କ୍ୱାର୍ଡନକୁ ବନ୍ଦ କରାଯିବ । ଏହି ସ୍କ୍ୱାର୍ଡନ ସୋର୍ଡ ଆର୍ମସ ନାଁରେ ପରିଚିତ । ୨୦୧୯ ଫେବ୍ରୁୟାରୀ ୨୭ତାରିଖରେ ଏଲଓସିରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ, ପାକିସ୍ତାନର ଏଫ-୧୬ ବିମାନକୁ ଖସାଇ ଦେଇଥିଲେ । ଅଭିନନ୍ଦନ ସେହି ସମୟରେ ୫୧ ନମ୍ବର ସ୍କ୍ୱାର୍ଡନରେ କାମ କରୁଥିଲେ । ସୋଭିଏତ ରୁଷରୁ ଆସିଥିବା ଏହି ମିଗ୍-୨୧ ବିମାନ ଭାରତୀୟ ବାୟୁସେନାରେ ଦୀର୍ଘ ବର୍ଷ ହେଲା ସେବା ଯୋଗାଇ ଆସୁଛି । କିନ୍ତୁ ଗତ ୬ ଦଶନ୍ଧୀରେ ୪ଶହରୁ ଅଧିକ ଥର ଦୁର୍ଘଟଣାଗ୍ରସ୍ତ ହୋଇଛି ମିଗ୍-୨୧ ।
Trending
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
- ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଙ୍କୁ ଆଜି ଅତିଥି ଭବନରେ ଜେରା କରିପାରେ NHRC
- ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା