୧୯୩୧ ମସିହା ଅକ୍ଟୋବର ୧ ତାରିଖରେ ତାମିଲନାଡୁ ରାମେଶ୍ୱରମ ଗାଁରେ ଏକ ମୁସଲମାନ ପରିବାରରରେ ଏପିଜେ ଅବଦୁଲ କଲାମ ଜନ୍ମଗ୍ରହଣ କରିଥିଲେ ।ମାଟ୍ରିକ ପରୀକ୍ଷା ଶେଷ କରିବା ପରେ ସେ ତିରୁଚିରାପଲ୍ଲୀ ସ୍ିତ ସେଣ୍ଟ ଯୋଶେଫ୍ କଲେଜରେ ନାଁ ଲେଖାଇôଲେ । ଏହାରେ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ୧୯୫୫ରେ ଏରୋସ୍ପେଶ୍ ଇଞ୍ଜିନିୟରିଙ୍ଗ ପଢିବା ପାଇଁ ମାଡ୍ରାସ୍ ଚାଲିଗଲେ । ମାଡ୍ରାସ୍ ଇନଷ୍ଟିଚ୍ୟୁଟ୍ ଟେକ୍ନୋଲୋଜିରୁ ୧୯୬୦ ରେ ସ୍ନାତକଡିଗ୍ରୀ ହାସଲ କରିବା ପରେ ସେ ଡିଆରଡିଓରେ ଜଣେ ବୈଜ୍ଞାନିକ ଭାବେ ଯୋଗ ଦେଲେ ।କିଛି ଦିନ ପରେ ସେ ପ୍ରଖ୍ୟାତ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ଅଧୀନରେ କାର୍ଯ୍ୟ କରିବାର ସୁଯୋଗ ପାଇଲେ । ବିକ୍ରମ ସରାଭାଇଙ୍କ ଅଧିନରେ ଗଠିତ ଆଇଏନସିଓଏସପିଏଆର କମିଟିରେ ସେ ସାମିଲ ହେବାର ସୁଯୋଗ ପାଇଥିଲେ । ବିକ୍ରମ ସରାଭାଇ ତାଙ୍କର ପ୍ରେରଣା ଥିଲେ ବୋଲି କୁହନ୍ତି ଅବଦୁଲ କଲାମ ।ପିଲାଙ୍କ ପ୍ରତି ଥିବା ତାଙ୍କର ଅହେତୁକ ଭଲପାଇବାକୁ ନେଇ ତାଙ୍କୁ ‘ଦ୍ୱିତୀୟ ଚାଚା’ ବୋଲି ମଧ୍ୟ କୁହାଯାଏ । ମହାକାଶ ବିଜ୍ଞାନ ଓ ପ୍ରତିକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ରେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନୀତ କରାଯାଇଥିଲା । ୨୦୧୫ ଜୁଲାଇ ୨୭ ତାରିଖରେ ଏକ ସଭାରେ ଭାଷଣ ଦେଉଥିବା ସମୟରେ ଆକସ୍ମିକ ହୃଦଘାତରେ ଅବଦୁଲ କଲାମଙ୍କର ମହାପ୍ରୟାଣ ହୋଇଥିଲା ।
Trending
- ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
Prev Post
Next Post