‘ଭାବିଜୀ ଘର ପର ହେ’ ଫ୍ରେମ ମଲଖାନଙ୍କ ପରଲୋକ
ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳାକାର ତଥା ‘ଭାବିଜୀ ଘର ପର ହେ’ ଫ୍ରେମ ମଲଖାନଙ୍କ ଦେହାନ୍ତ ହୋଇଛି । ଏଭଳି ଖବର ପ୍ରଚାରିତ ହେବା ପରେ ଲକ୍ଷାଧିକ ପ୍ରଶଂସକ ଶୋକ ପ୍ରକାଶ କରିଛନ୍ତି । ଏପରିକି ସହ କଳାକାରଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି ।
ସୂଚନା ମୁତାବକ ଦିପେଶ ଶନିବାର ସକାଳେ କ୍ରିକେଟ ଖେଳୁଥିବା ବେଳେ ତଳେ ପଡ଼ିଯାଇଥିଲେ । ଆଉ ତାଙ୍କୁ ଅସୁସ୍ଥତା ଅନୁଭବ କରିବା ମନେ କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ହସଖୁସିରେ ଖେଳୁଥିବା ଦିପେଶଙ୍କ ଏପରି ଅକାଳ ବିୟୋଗକୁ କେହି ସହଜରେ ଗ୍ରହଣ କରିପାରୁନାହାଁନ୍ତି ।
ଏଭଳି ଖବର ପାଇବା ପରେ ‘ଭାବିଜୀ ଘର ପର ହେ’ ସରିଏଲର ପ୍ରଯୋଜକ ସଂଜୟ ଓ ବେନିଫର କୋହଲି ଦୁଃଖ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି କି ଦିପେଶ ତାଙ୍କ ଟିମର ଜଣେ ଏଭଳି ସଦସ୍ୟ ଥିଲେ ଯେ କି ସମସ୍ତଙ୍କୁ ପରିବାରର ସଦସ୍ୟ ବୋଲି ମନେ କରୁଥିଲେ । ଏହାସହ ଦିପେଶ ଜଣେ ଭଲ କଳାକାର ବୋଲି ଉଭୟ ପ୍ରଯୋଜକ କହିଛନ୍ତି ।