ଦ୍ରୈାପଦୀ ମୁର୍ମୁ ହୋଇଛନ୍ତି ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀମତୀ ଦ୍ରାୈପଦୀ ମୁର୍ମୁ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତେବେ ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ପରେ ଦ୍ରୈାପଦୀ ମୁର୍ମୁ ଦ୍ୱିତୀୟ ଥର ପାଇଁ ମହିଳା ରାଷ୍ଟ୍ରପତି ହୋଇଛନ୍ତି ।
୨୦ ଜୁନ୍ ୧୯୫୮ରେ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଉପରବେଡ଼ା ଗ୍ରାମରେ ଏକ ସାନ୍ତାଳ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ଦ୍ରୌପଦୀ । ତାଙ୍କର ପିଲାଦିନ ଦାରିଦ୍ର୍ୟ ଏବଂ ଅଭାବ ଅନାଟନରେ ଅତିବାହିତ ହୋଇଥିଲା। ସେହିଭଳି ପରିସ୍ଥିତିରେ ମଧ୍ୟ ସେ ସଂଘର୍ଷ କରୁଥିବା ସମୟରେ ଉଚ୍ଚତାକୁ ଛୁଇଁଛନ୍ତି। ବିଏ ପର୍ଯ୍ୟନ୍ତ ଅଧ୍ୟୟନ କରିଥିବା ଦ୍ରୌପଦୀ ୧୯୭୮ ରୁ ୧୯୮୩ ପର୍ଯ୍ୟନ୍ତ ଜୁନିଅର ଆସିଷ୍ଟାଣ୍ଟ ଭାବରେ ଜଳସେଚନ ଏବଂ ବିଦ୍ୟୁତ୍ ବିଭାଗରେ କାର୍ଯ୍ୟ କରିଛନ୍ତି। ୧୯୯୪ ରୁ ୧୯୯୭ ପର୍ଯ୍ୟନ୍ତ ସେ ରାଇରଙ୍ଗପୁରର ଶ୍ରୀ ଅରୋବିନ୍ଦୋ ଇଣ୍ଟେଗ୍ରାଲ୍ ଶିକ୍ଷା କେନ୍ଦ୍ରରେ ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ। ୨୦୦୦ ଏବଂ ୨୦୦୪ ମସିହାରେ ଦ୍ରୌପଦୀ ବିଜେପି ଟିକେଟରେ ରାଇରଙ୍ଗପୁର ଆସନରୁ ବିଧାୟିକା ଭାବରେ ନିର୍ବାଚିତ ହୋଇଥିଲେ। ସେ ବିଜେପି ଏସଟି ମୋର୍ଚ୍ଚାର ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟ ମଧ୍ୟ ରହିଥିଲେ। ୨୦୦୭ରେ ଦ୍ରୌପଦୀଙ୍କୁ ଓଡିଶା ବିଧାନସଭାର ଶ୍ରେଷ୍ଠ ବିଧାୟିକା ପୁରସ୍କାରରେ ସମ୍ନାନୀତ କରାଯାଇଥିଲା।