ଇଡିରେ ହାଜର ହେଲେ ସୋନିଆ ଗାନ୍ଧୀ

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ଇଡିରେ ହାଜର ହୋଇଛନ୍ତି । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଇଡି ସୋନିଆଙ୍କୁ ସମନ କରି ଆଜି ହାଜର ହେବାକୁ କହିଥିଲା । ଏହାପୂର୍ବରୁ ଏହି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜେରା କରିସାରିଛି ଇଡି । ରାହୁଲଙ୍କୁ ଇଡି ଜେରା କରିବା ବେଳେ କଂଗ୍ରେସ ନେତା ଇଡି ଅଫିସ ଏବଂ ବିଭିନ୍ନ ରାଜ୍ୟରେ ପ୍ରତିବାଦ କରିଥିଲେ ।

କେନ୍ଦ୍ରର ଶାସକ ଦଳ ପ୍ରତିଷୋଧକ ମୂଳକ ରାଜନୀତି କରି ଏପରି କରୁଛି ବୋଲି ଦଳ ଅଭିଯୋଗ କରିଥିଲ। । ଗତମାସରେ ଇଡି ସୋନିଆ ଗାନ୍ଧୀଙ୍କୁ ସମନ କରିଥିଲା । କିନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସୋନିଆ ଗାନ୍ଧୀ ହାଜର ହୋଇପାରିନଥିଲୋ ଏହି ମାମଲାରେ ଆସୋସିଏଟେଡ୍ ଜର୍ଣ୍ଣାଲସ୍ ଲିମିଟେଡ୍ ଏବଂ ୟଙ୍ଗ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ ମଧ୍ୟରେ ହୋଇଥିବା ଆର୍ôଥକ କାରବାର ସନ୍ଦେହ ଘେରରେ ରହିଛି ।