ଏସିଆ କପ ୨୦୨୨ ଦୁବାଇରେ ହୋଇପାରେ

ଏସିଆ କପର ଚଳିତ ସଂସ୍କରଣ ଶ୍ରୀଲଙ୍କାରୁ ବାହାରେ ଖେଳାଯିବା ନେଇ ଯୋଜନା ପ୍ରସ୍ତୁତ ହେଉଛି । ତେବେ ଏହାକୁ ଦୁବାଇ ସ୍ଥାନାନ୍ତର କରିବାକୁ ଯୋଜନା ହେଉଛି । ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏହାକୁ ଆୟୋଜନ କରୁଥିବାବେଳେ କେବଳ ଦୁବାଇର ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବ ।

ଦୁଇଟି ଦଳ ମଧ୍ୟରେ ମ୍ୟାଚ ଖେଳାଯିବା ଭିନ୍ନ କଥା ଏବଂ ଅଧିକ ଟିମ୍ କୁ ନେଇ ମ୍ୟାଚ ଆୟୋଜନ କରିବା ଭିନ୍ନ କଥା । ଏଥିପାଇଁ ବ୍ୟାପକ ଇନ୍ଧନ, ବସର ଆବଶକତା ରହିଛି । ପ୍ରତ୍ୟେକ ଟିମକୁ ଗୋଟିଏ ଲେଖାଁଏ ବସ, ଏବଂ ବିଭିନ୍ନ ପ୍ରକାର ସାମଗ୍ରୀ ଦରକାର ତେଣୁ ଏହା ଶ୍ରୀଲଙ୍କା ପାଇଁ ସହଜ ନୁହେଁ ।ଏସିସି ଜୁଲାଇ ୨୨ରେ ଏସିଆ କପର କାର୍ଯ୍ୟସୂଚୀ ଘୋଷଣା କରିବାକୁ ପ୍ରସ୍ତୁତି ଆରମ୍ଭ କରୁଛି । ଲିଗ ପର୍ଯ୍ୟାୟରେ ଭାରତ ଏବଂ ପାକିସ୍ତାନ ପରସ୍ପରକୁ ୨ ଥର ଭେଟିପାରନ୍ତି ।