ଆଇପିଏଲକୁ ସ୍ପନସର କରିବ ଟାଟା
ମେଟ୍ରୋ ଟିଭି ଓଡିଶା,୧୨/୧: ଆଇପିଏଲର ନୂଆ ଟାଇଟଲ୍ ସ୍ପନସର ଟାଟା । ଚୀନର ମୋବାଇଲ ନିର୍ମାଣକାରୀ କମ୍ପାନୀ ଭିଭୋର ସ୍ଥାନ ନେବ ଟାଟା। । ମଙ୍ଗଳବାର ଆଇପିଏଲର ଗଭର୍ଣ୍ଣିଂ କାଉଁସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯିବା ପରେ ଆଇପିଏଲ ଅଧ୍ୟକ୍ଷ ବୁଜେସ ପଟେଲ ୨୦୨୨ ଆଇପିଏଲରେ ଟାଟା ପ୍ରାୟୋଜକ ହେବ ବୋଲି ସୂଚନା ଦେଇଛନ୍ତି। ୨୦୨୦ରେ ଭିବୋକୁ ଆଇପିଏଲର ଟାଇଟଲ୍ ସ୍ପନସରରୁ ହଟାଇ ଦିଆଯାଇଥିଲା। ଏହାପରେ ପୁଣିଥରେ ୨୦୨୧ରେ ଭିଭୋ ଟାଇଟଲ୍ ସ୍ପନସର କରାଯାଇଥିଲା।
ଭିବୋ ୨୦୧୮ରୁ ୨୦୨୨ ଯାଏ ଟାଇଟଲ୍ ସ୍ପନସର ପାଇଁ ୨ ହଜାର ୨୦୦ କୋଟି ଟଙ୍କାରୁ ଚୁକ୍ତି କରିଥିଲା। । ସୂଚନାଯୋଗ୍ୟ ଚଳିତ ଆଇପିଏଲରେ ୨ଟି ନୂଆ ଟିମ୍ ସାମିଲ କରାଯାଇଛି। ଏହି ଦୁଇ ଟିମ୍ ହେଲା ଅହମଦାବାଦ ଓ ଲକ୍ଷ୍ନୌ। ଆଇପିଏଲ ୨୦୨୨ ହେବା ପୂର୍ବରୁ ନୂଆ ଦୁଇ ଟିମ୍ ତିନୋଟି ଖେଳାଳି ଚୟନ କରିବା ପାଇଁ ଅନୁମତି ଦିଆଯାଇଛି। ଏହାରି ଭିତରେ ଏହି ଦୁଇ ଟିମ ଦୁଇ ଫ୍ରାଞ୍ଜାଇଜି ଖେଳାଳିଙ୍କୁ କିଣିବା ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହା ବ୍ୟତୀତ ଫେବୃଆରୀରେ ମେଗା ଆକ୍ସସନ ହେବାର ଅଛି ।