୨୪ ଘଣ୍ଟା ମଧ୍ୟରେ ୮୦୪ ଜଣ କୋଭିଡ୍ ପଜିଟିଭ

କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ରାଜ୍ୟରେ ଗତ 24 ଘଂଣା ମଧ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୮ଶହ ଟପିଛି।

ଗୋଟେ ସପ୍ତାହ ମଧ୍ୟରେ ସଂକ୍ରମଣ ହାର ବଢ଼ି ବଢ଼ି ଚାଲିଛି । ୨୪ ଘଣ୍ଟା ମଧ୍ୟରା ରାଜ୍ୟରୁ ୮୦୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ସଙ୍ଗରୋଧରୁ ୪୭୧ ଓ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୩୩୩ । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବର୍ଗର ୭୧ ଆକ୍ରାନ୍ତ ଅଛନ୍ତି ।  ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।