ମେଟ୍ରୋ ଟିଭି ଓଡିଶା,୧୦/୧: ବିଶ୍ୱର ସର୍ବୋଚ୍ଚ ଟାୱାର ହେଉଛି ବୁର୍ଜ ଖଲିଫା । ଯାହାର ଉଚ୍ଚତା ୮୨୯.୮ମିଟର ଅର୍ଥାତ ୨,୭୨୨ଫୁଟ କେବଳ ଏହି ଟାୱାରକୁ ଦେଖିବା ପାଇ ବର୍ଷକୁ ଲକ୍ଷ ଲକ୍ଷ ଲୋକ ଆସିଥାନ୍ତି । ଲୋକ ମାନେ ଅତ୍ୟଧିକ ଟଙ୍କା ଖର୍ଚ୍ଚ କରି ଏହି ଟାୱରକୁ ଦେଖିବା ପାଇଁ ଦୁବାଇ ଯାଇଥାନ୍ତି । ଏହି ବୁର୍ଜ ଖଲିଫା ଟାୱାର ପରେ ରହିଛି ବିଶ୍ୱର ୨ୟ ସର୍ବୋଚ୍ଚ ଟାୱାର ଯାହା ମାଲେସିଆରେ ରହିଛି । ଅର୍ଦ୍ଧନିର୍ମିତ ଏହି ଟାୱାର ନିର୍ମାଣ ୨୦୨୨ ଶେଷ ସୁଦ୍ଧା ସରିବ । ଏହା ପୂର୍ବରୁ ୨ୟ ସର୍ବୋଚ୍ଚ ଟାୱାର ଥିଲା ସାଂଘାଇ ଟାୱାର । ଯାହାର ଉଚ୍ଚତା ଥିଲା ୨,୦୭୩ ଫୁଟ । ଏବେ ଏହି ଟାୱାର ୩ୟ ନମ୍ବରକୁ ଆସିଯିବ ।
୨ୟ ସର୍ବୋଚ୍ଚ ଟାୱାରର ନାମ ହେଉଛି ମେର୍ଡେକା ୧୧୮ ଯାହା ମାଲେସିଆର କୁଆଲାଲାମ୍ପୁରେ ରହିଛି । ମେର୍ଡେକା ହେଉଛି ଏକ ଇଣ୍ଡୋନେସିଆ ଓ ମଳୟ ଭାଷାର ଶଦ୍ଦ ଯାହାର ଅର୍ଥ ହେଉଛି ସ୍ୱାଧିନ । ଏହି ଟାୱାରରେ ଏକା ସଙ୍ଗେ ୩୦୦୦ ଲୋକ ରହିବାର କ୍ଷମତା ରହିଛି । ଏହାକୁ ସ୍ଲିକ ଡିଜାଇନ ସହିତ ତ୍ରିକୋଣୀୟ କାଚ ପ୍ୟାନେଲରେ ନିର୍ମାଣ କରାଯାଏ । ୩୧ ଲକ୍ଷ ବର୍ଗ ଫୁଟ କ୍ଷେତ୍ରଫଳରେ ନିର୍ମିତ ହେଉଥିବା ଏହି ଟାୱାରରେ ଅଧିକାଂଶ ଅଶଂ ଅଫିସ ରହିବ । ଏଥିରେ ମଲ,ମସଜିଦ,ପାର୍କ,ହୋଟେଲ ଆଦି ରହିବ । ଟାୱାରଟି ମାଲେସିଆର ପୂର୍ବତନ ନେତା ଅବଦୁଲ ରହମାନଙ୍କ ଏକ ଛବି ଆକାରରେ ନିର୍ମିତ କରାଯାଇଛି । ରହମାନ ୧୯୫୭ ମସିହାରେ ମାଲେସିଆକୁ ସ୍ୱାଧିନ ଘୋଷଣା କରିଥିଲେ ।