ରାଜଧାନୀରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା
ଭୁବନେଶ୍ବର: ରାଜଧାନୀରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । ଭୁବନେଶ୍ବର ସ୍ଥିତ ଆଚାର୍ଯ୍ୟବିହାରର ଏକ ଭଡାଘରୁ ଛାତ୍ରୀଙ୍କ ମୃତଦେହ ମିଳିଛି। ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଛାତ୍ରୀଙ୍କ ନାମ ଆଫ୍ରିତା ସେନାପତି। ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଏମସିଏ ପଢୁଥିଲେ ଆଫ୍ରିତା ।

ରୁଚିକାଙ୍କ ଆତ୍ମହତ୍ୟା ପରେ ପରେ ଏବେ ପୁଣି ଆଫ୍ରିତାଙ୍କ ଆତ୍ମହତ୍ୟା ଖବର ଆସିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଛାତ୍ରୀ ଜଣକ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ପୋଲିସ କହିନଥିବା ବେଳେ ଆଉ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ପୁଣି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବିଜେବି କଲେଜ ହଷ୍ଟେଲରେ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଗାଁରୁ ବିଧାନସଭା ଉଠୁଛି ପଡୁଛି । ଏଭଳି ସମୟରେ ପୁଣି ଆଉ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଆଚାର୍ଯ୍ୟ ବିହାରରେ ଥିବା ଭଡ଼ା ଘରେ ମୃତ ଛାତ୍ରୀ ଜଣଙ୍କ କିଭଳି, କେଉଁ ପରିସ୍ଥିତିର ଆତ୍ମହତ୍ୟା କଲେ ଜଣାପଡ଼ି ନାହିଁ ।
ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ମୃତଦେହ ଜବତ କରି ଛାନଭିନ୍ ଆରମ୍ଭ କରିଛି । ଛାତ୍ରୀ ଜଣଙ୍କ ବେକରେ ରଶି ଲଗାଇ ରହୁଥିବା ଭଡ଼ା ଘରେ ଝୁଲି ପଡ଼ିଥିଲେ ବୋଲି କୁହାଯାଉଛି । ତେବେ ପୋଲିସ ତଦନ୍ତ ପରେ ଜଣାପଡିବ ଆତ୍ମହତ୍ୟା ର ପ୍ରକୃତ ରହସ୍ୟ