ବ୍ରାଜିଲ ବୋଟ ଟ୍ରାଜେଡରେ ୧୦କୁ ବୃଦ୍ଧି ପାଇଲା ମୃତ୍ୟୁସଂଖ୍ୟା
ମେଟ୍ରୋ ଟିଭି ଓଡିଶା,୧୦/୧: ବ୍ରାଜିଲ ବୋଟ ଟ୍ରାଜେଡି ଘଟଣାରେ ମୃତ୍ୟୁସଂଖ୍ୟା ୧୦ରେ ପହଞ୍ଚିଲା । ଗତକାଲି ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ନିଖୋଜ ୩ ଜଣଙ୍କ ମୃତ୍ୟୁ ହୋଇଛି । ଜଳପ୍ରପାତ ତଳେ ବୋଟିଂ ବେଳେ ଅଘଟଣ ଘଟିଥିଲା । ପାହାଡ଼ର ଏକ ଅଂଶ ଧସିବାରୁ ମୃତ୍ୟୁ ହୋଇଛି । ଦକ୍ଷିଣପୂର୍ବ ବ୍ରାଜିଲର କ୍ୟାପିଟିଏଲା ସ୍ଥିତ ହ୍ରଦରେ ଅଘଟଣ।
ବୋଟିଂ କରୁଥିବା ବେଳେ ପାହାଡ଼ ଧସିବାରୁ ୨ଟି ବୋଟ ସହ ମଜା ଉଠାଉଥିବା ପର୍ୟ୍ୟଟଙ୍କ ଉପରେ ପଥର ମାଡ଼ ହୋଇଥିଲା। ଏଥିରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ନିଖୋଜ ଥିଲେ । ସେମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ ୨ସପ୍ତାହ ଧରି ସଂପୃକ୍ତ ଅଞ୍ଚଳରେ ପ୍ରବଳ ବର୍ଷା ହେବା ପରେ ପାହାଡ଼ ନରମ ହୋଇ ଧସିଥିବା କୁହାଯାଇଛି।