ଆଜି ପ୍ରଧାନମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ବୈଠକ

ଆଜି ପ୍ରଧାନମନ୍ତ୍ରୀଙ୍କ ସମସ୍ତ ରାଜ୍ୟ ସହ କୋଭିଡ ସମୀକ୍ଷା ବୈଠକ

ମେଟ୍ରୋ ଟିଭି ଓଡିଶା,୯/୧: ଆଜି ଅପରାହ୍ନ ସାଢେ ୪ଟା ସମୟରେ ହେବ କୋଭିଡ ସମୀକ୍ଷା ବୈଠକ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୀକ୍ଷାରେ ଆଜି ହେବ ଏହି ବୈଠକ । ବୈଠକରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେବେ । ଦେଶରେ ବଢୁଥିବା କୋଭିଡ ପରିସ୍ଥିତିର ସମୀକ୍ଷା ପାଇ ଏହି ବୈଠକ ଡକାଯାଇଛି । ଦେଢ ଲକ୍ଷ ଟପିଲା ଦୈନିକ ସଂକ୍ରମଣ। ଗତ ୨୪ଘଣ୍ଟାରେ ୧ଲକ୍ଷ ୫୯ହଜାର ୬୩୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ୩୨୭ ଜଣଙ୍କ ଜୀବନ ନେଇଛି ଭାଇରସ୍। ପଜିଟିଭିଟି ରେଟ୍ ରହିଛି ୧୦.୨୧ପ୍ରତିଶତ। ଆକ୍ଟିଭ୍ କେସ୍ ରହିଛି ୫ଲକ୍ଷ ୯୦ହଜାର ୬୧୧। ସେହିଭଳି ଦେଶରେ ଓମିକ୍ରନ କେସ୍ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏପର୍ଯ୍ୟନ୍ତ ୩ହଜାର ୬୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଟିକାକରଣରେ ଭାରତ ୧୫୧ କୋଟି ୫୮ ଲକ୍ଷ ଡୋଜ୍ ଟପିଛି।