ସରକାର ୪ ଜଣ ଆଇଏଏସ୍ ଅଫିସରଙ୍କୁ ଦେଲେ ନୂଆ ଦାୟିତ୍ୱ
ରାଜ୍ୟ ସରକାର ରାଜ୍ୟର ୪ ଜଣ ଆଇଏଏସ୍ ଅଫିସରଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି । ଏହି କ୍ରମରେ କେନ୍ଦ୍ରୀୟ ଡେପୁଟେସନରେ ଥିବା ଆଇଏଏସ୍ ରୂପା ମିଶ୍ରଙ୍କୁ ଫେରାଇଆଣି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ ଭାବେ ନିଯୁକ୍ତ କରାଯାଇଛି । ସେହିଭଳି ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗର ଓଏସଡି ଭାବେ ନିଯୁକ୍ତ କରାଯାଇଛି । ଗିରିଶ ଏସ୍.ଏନଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଛି । ଅଶ୍ୱଥୀ ଏସଙ୍କୁ ଏସଆଇଟିଆଇ -ଓଡ଼ିଶାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ମିଳିଛି ।