ସ୍ମାର୍ଟଫୋନ୍ ବଜାରରେ ଖୁବଶୀଘ୍ର ଧମାଲ୍ କରିପାରେ POCOର ନୂଆ X8 Pro ସିରିଜ୍,ଦମଦାର ଫିଚର୍ସ ସହ ମିଳିପାରେ ବଡ଼ ବ୍ୟାଟେରୀ
ସ୍ମାର୍ଟଫୋନ୍ ବଜାରରେ ଖୁବଶୀଘ୍ର ଧମାଲ୍ କରିପାରେ POCOର ନୂଆ X8 Pro ସିରିଜ୍ । ଗ୍ଲୋବାଲ୍ ଲଞ୍ଚକୁ ନେଇ କମ୍ପାନୀ ପକ୍ଷରୁ ମିଳିଛି ବଡ଼ ସୂଚନା । ମିଡ୍-ରେଞ୍ଜ୍ ସେଗମେଣ୍ଟରେ ଲଞ୍ଚ ହେବାକୁ ଥିବା ଏହି ସିରିଜରେ ଦମଦାର ଫିଚର୍ସ ସହ ବଡ଼ ବ୍ୟାଟେରୀ ମିଳିପାରେ।
ଫିଚର୍ସ:
POCO X8 Pro ସିରିଜ୍ ଖୁବଶୀଘ୍ର ଗ୍ଲୋବାଲ୍ ମାର୍କେଟରେ ଲଞ୍ଚ ହୋଇପାରେ । POCO Global ପକ୍ଷରୁ ଏହି ସିରିଜର ଲଞ୍ଚକୁ ନେଇ ଅଧିକାରିକ ଭାବେ ସୂଚନା ଦିଆଯାଇଛି । ଏହି ସିରିଜରେ POCO X8 Pro ଏବଂ POCO X8 Pro Max ଏହି ଦୁଇଟି ମଡେଲ୍ ଆସିପାରେ। ଚୀନ୍ ବଜାରରେ ଲଞ୍ଚ ହୋଇଥିବା Redmi Note 17 Pro ଏବଂ Redmi Note 17 Pro Maxର ରିବ୍ରାଣ୍ଡେଡ୍ ଭର୍ସନ୍ ଭାବେ ଏହି ଫୋନଗୁଡ଼ିକୁ ଅନ୍ୟ ଗ୍ଲୋବାଲ୍ ମାର୍କେଟରେ ଲଞ୍ଚ କରାଯାଇପାରେ।
ଡିସପ୍ଲେ ଓ ପ୍ରୋସେସର୍:
ଫିଚର୍ସ କଥା କହିଲେ, POCO X8 Pro ସିରିଜ୍ରେ ୬.୮୩ ଇଞ୍ଚର 1.5K AMOLED ଡିସପ୍ଲେ ମିଳିପାରେ। ଏହା ସହ ୧୨୦ ହର୍ଟଜ୍ ରିଫ୍ରେଶ୍ ରେଟ୍ ମଧ୍ୟ ଦିଆଯାଇପାରେ। ଉଭୟ ଫୋନ୍ରେ Qualcomm Snapdragon 6s Gen 4 ଚିପସେଟ୍ ମିଳିବା ନେଇ ଚର୍ଚ୍ଚା ହେଉଛି।
ବ୍ୟାଟେରୀ ଓ କ୍ୟାମେରା:
ବ୍ୟାଟେରୀ ମାମଲାରେ ମଧ୍ୟ ଫୋନ୍ଗୁଡ଼ିକ ଦମଦାର ହୋଇପାରେ। POCO X8 Proରେ ୭,୦୦୦mAh ବ୍ୟାଟେରୀ ଏବଂ Pro Max ମଡେଲ୍ରେ ୯,୦୦୦mAh ବ୍ୟାଟେରୀ ମିଳିପାରେ। କ୍ୟାମେରା ସେଟଅପ୍ରେ ୫୦MP ମେନ୍ କ୍ୟାମେରା ସହ ୨MP ସେକେଣ୍ଡାରୀ କ୍ୟାମେରା ଏବଂ ସେଲ୍ଫି ପାଇଁ ୨୦MP ଫ୍ରଣ୍ଟ କ୍ୟାମେରା ଦିଆଯାଇପାରେ। ଏହା ସହ ଫୋନ୍ଗୁଡ଼ିକ Android 16 ଆଧାରିତ HyperOS 3ରେ ଚାଲିପାରେ। ଡୁଆଲ୍ 5G, Wi-Fi, Bluetooth ଏବଂ NFC ଭଳି କନେକ୍ଟିଭିଟି ଫିଚର୍ସ ମଧ୍ୟ ମିଳିପାରେ।
ପ୍ରାଇସ୍:
ଦାମକୁ ନେଇ POCO ପକ୍ଷରୁ ଏକ ବଡ଼ ସୂଚନା ମିଳିଛି । କମ୍ପାନୀ ଅନୁସାରେ, F ସିରିଜ୍ ଟପ୍-ଏଣ୍ଡ୍ ବା ପ୍ରିମିୟମ୍ ସେଗମେଣ୍ଟ ପାଇଁ ରହିଥିବା ବେଳେ X ସିରିଜ୍ ମିଡ୍-ରେଞ୍ଜ୍ ଗ୍ରାହକଙ୍କୁ ଟାର୍ଗେଟ୍ କରେ। ଅନ୍ୟପଟେ M ସିରିଜ୍ ବେସିକ୍ ଏବଂ ବଜେଟ୍ ଫୋନ୍ ଭାବେ ବଜାରକୁ ଆସେ ।
ତେଣୁ POCO X8 Pro ସିରିଜ୍ର ଦାମ ପ୍ରାୟ ୩୫ ହଜାରରୁ ୪୦ ହଜାର ଟଙ୍କା ମଧ୍ୟରେ ରହିପାରେ ବୋଲି ଆଶା କରାଯାଉଛି। ଯଦି ଆପଣ କମ୍ ଦାମରେ ଜବରଦସ୍ତ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଫୋନଟି ଆପଣମାନଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।