ମେସି ହିଁ ସର୍ବଶ୍ରେଷ୍ଠ ଫୁଟ୍‌ବଲର: ରୋନାଲ୍‌ଡୋ

ବ୍ରାଜିଲର ଫୁଟ୍‌ବଲ କିମ୍ବଦନ୍ତୀ ତଥା ୨୦୦୨ ବିଶ୍ବକପ୍‌ ଚମ୍ପିଆନ୍‌ ବ୍ରାଜିଲ ଦଳର ଷ୍ଟ୍ରାଇକର ରୋନାଲ୍‌ଡୋ ନାଜାରିଆ କହିଛନ୍ତି, ଆଲ୍‌ଜେରିଅା ବିପକ୍ଷରେ ହ୍ୟାଟ୍ରିକ୍‌ ପରେ ଲୋକେ ମେସିଙ୍କୁ ସର୍ବକାଳୀନ ସର୍ବଶ୍ରେଷ୍ଠ ଫୁଟ୍‌ବଲର ଭାବେ ମାନିନେବା ଉଚିତ। ସମସ୍ତ ଋତୁ ଏବଂ ସମସ୍ତ ବିଶ୍ବକପ୍‌ରେ ମେସି ନିୟମିତ ଭାବେ ଭଲ ପ୍ରଦର୍ଶନ କରି ଚାଲିଛନ୍ତି। ତାଙ୍କ ହ୍ୟାଟ୍ରିକ୍‌କୁ ଫୁଟ୍‌ବଲପ୍ରେମୀ ସବୁଦିନ ପାଇଁ ମନେରଖିବେ। ଆଲେଜରିଆ ବିପକ୍ଷରେ ୩ଟି ଗୋଲ ଦେବା ପରେ ବିଶ୍ବକପରେ ମେସିଙ୍କ ଗୋଲ ସଂଖ୍ୟା ୧୬ରେ ପହଞ୍ଚିଛି। ସର୍ବାଧିକ ବିଶ୍ବକପ ଗୋଲ ସ୍କୋର କରିବାରେ ମେସି ଜର୍ମାନୀର ମିରୋସ୍ଲୋଭା କ୍ଲୋଜେଙ୍କ ସହ ସମକକ୍ଷ ହୋଇଛନ୍ତି। କ୍ଲୋଜେ ବିଶ୍ବକପରେ ୧୬ଟି ଗୋଲ ଦେଇଛନ୍ତି। ଫଳରେ ବିଶ୍ବକପ୍‌ରେ ୨ୟ ସର୍ବାଧିକ ଗୋଲ୍‌ ଦେଇଥିବା ବ୍ରାଜିଲର ରୋନାଲ୍‌ଡୋ ନାଜାରିଆଙ୍କ ୧୫ଟି ଗୋଲ୍‌କୁ ମେସି ଅତିକ୍ରମ କରିଛନ୍ତି। ଏହି ବିଶ୍ବକପ୍‌ ପରେ ମେସି ବିଶ୍ବକପ୍‌ ଇତିହାସରେ ସର୍ବାଧିକ ଗୋଲ୍‌​‌ ସ୍କୋରର୍‌ ହୋଇପାରିବେ। ବ୍ରାଜିଲର ରୋନାଲ୍‌ଡୋଙ୍କ ପଛକୁ ୧୪ଟି ଲେଖାଏଁ ଗୋଲ୍‌ ଦେଇ ଜର୍ମାନୀର ଜର୍ଡ ମ୍ୟୁଲର ଓ ଫ୍ରାନ୍‌ସର କିଲିୟାନ ଏମ୍‌ବାପେ ରହିଛନ୍ତି। ଏହାସହ ରୋନାଲ୍‌ଡୋ ଚଳିତ ବିଶ୍ବକପ୍‌ରେ ମେସି ଓ ଏମ୍‌ବାପେ ସବୁଠାରୁ ବଡ଼ ତାରକା ବୋଲି କହିଛନ୍ତି। ହେଲେ ସେ କ୍ରିଷ୍ଟାଆନୋ ରୋନାଲ୍‌ଡୋଙ୍କ ନାମ ମଧ୍ୟ ଉଠାଇ ନାହାନ୍ତି। ଗତଥର ମେସିଙ୍କ ନେତୃତ୍ବରେ ଆର୍ଜେଣ୍ଟିନା ୩ୟ ଥର ବିଶ୍ବକପ୍‌ ଚମ୍ପିଆନ୍‌ ହୋଇଥିଲା।

Leave a comment