ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ବଡ ଯୋଜନା । କିନ୍ତୁ ଫେଲ୍ ମାରିଲା ପ୍ଲାନ୍ । ବର୍ତ୍ତିଗଲେ ଟ୍ରମ୍ପ୍ । ଘଟଣାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ତେବେ ଗୁଳିମାଡ କରିଥିବା ଦୁର୍ବୃତ୍ତକୁ ସୁରକ୍ଷାକର୍ମୀ ଧରିଛନ୍ତି । ଦୁର୍ବୃତ୍ତର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଟ୍ରମ୍ପ୍ ସେୟାର କରିଛନ୍ତି ।
ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର । ଯୁଦ୍ଧ ଭିତରେ ୟୁଏସ୍ ପ୍ରେସିଡେଣ୍ଟଙ୍କୁ ଆଟାକ୍ ପାଇଁ ପ୍ଲାନ୍। ହାଇପ୍ରୋଫାଇଲ୍ ଡିନର୍ ପାର୍ଟିରେ ଗୁଳିମାଡ । କିନ୍ତୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ । ତେବେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ପୂର୍ବରୁ ବି ଟ୍ରମ୍ପଙ୍କ ଉପରେ ହୋଇ ସାରିଛି ଆଟାକ୍ । ଆଉ ଏବେ ପୁଣି ଆକ୍ରମଣ । ଯାହାକୁ ନେଇ ନାନା ଚର୍ଚ୍ଚା ଏବଂ ଆଲୋଚନା ।
ହୋଟେଲରେ ଗୁଳିମାଡ଼
ୱାଶିଂଟନର ଏକ ହୋଟେଲରେ ଅତର୍କିତ ଗୁଳିମାଡ଼ ହୋଇଛି। ଟ୍ରମ୍ପ ରାତ୍ରୀଭୋଜନରେ ଯୋଗ ଦେବାକୁ ଯାଉଥିବା ବେଳେ ହୋଟେଲରେ ଗୁଳିମାଡ ହୋଇଛି । ଏହାପରେ ସିକ୍ରେଟ୍ ସର୍ଭିସ ଦ୍ୱାରା ସୁରକ୍ଷିତ ଭାବରେ ତାଙ୍କୁ ବାହାର କରାଯାଇଥିଲା। ହିଲଟନ୍ ହୋଟେଲରେ ଆୟୋଜିତ ହ୍ୱାଇଟ୍ ହାଉସ୍ କରେସପଣ୍ଡେଣ୍ଟ୍ସ ଡିନର (WHCA) ସମୟରେ ଏଭଳି ଘଟଣା ଘଟିଛି।
ଦୁର୍ବୃତ୍ତର ଫଟୋ
ଟ୍ରମ୍ପ୍ ଗୁଳିମାଡ କରିଥିବା ଆତତାୟୀର ଫଟୋ ସେୟାର କରିଛନ୍ତି । ଏହାସହ କହିଛନ୍ତି ଯେ, ଜଣେ ବ୍ୟକ୍ତି ସୁରକ୍ଷାକର୍ମୀଙ୍କୁ ଚ୍ୟାଲେଞ୍ଜ୍ ଦେଇ ଗୁଳିମାଡ କରିଥିଲେ । ତାଙ୍କ ପାଖରେ ଏକାଧିକ ମାରଣାସ୍ତ୍ର ରହିଥିଲା । ଗୁଳିମାଡରେ ଜଣେ ଅଧିକାରୀ ସାମାନ୍ୟ ଆହତ ହୋଇଛନ୍ତି । ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପିନ୍ଧିଥିବାରୁ ସୁରକ୍ଷା ଅଧିକାରୀଙ୍କର କିଛି କ୍ଷତି ହୋଇନାହିଁ ।
ସେ ଆହୁରି କହିଛନ୍ତି ଯେ, ଆକ୍ରମଣକାରୀ କାଲିଫର୍ଣ୍ଣିଆର ଅଟନ୍ତି । ସେ ନିଜେ ଆକ୍ରମଣ ପାଇଁ ଯୋଜନା କରିଥିଲେ । ଏମାନେ ରୁଗ୍ଣ ମାନସିକତାର ବ୍ୟକ୍ତିବିଶେଷ ଅଟନ୍ତି । ଆକ୍ରମଣକାରୀର ଅନେକ ଆଡ୍ଡାରେ ଚଢାଉ ହୋଇଛି । ତାକୁ ଗିରଫ କରାଯାଇଛି । ତେବେ ଆକ୍ରମଣକାରୀର ନାଁ କୋଲ୍ ଟୋମାସ୍ ଏଲେନ୍ ହୋଇଥିବା ନ୍ୟୁୟର୍କ ଟାଇମ୍ସର କିଛି ସାମ୍ବାଦିକ କହିଛନ୍ତି ।