ତୃତୀୟ ଟେଷ୍ଟ ପାଇଁ ନେଟ୍ସ ଅଭ୍ୟାସ କରୁଛନ୍ତି ବିରାଟ
ମେଟ୍ରୋ ଟିଭି ବ୍ୟୁରୋ,୮/୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେଉଥିବା ତୃତୀୟ ଟେଷ୍ଟ ମ୍ୟାଚ ପାଇ ନେଟ୍ସ ଅଭ୍ୟାସ କରୁଛନ୍ତି ବିରାଟ କୋହଲି । ପିଠିରେ ଯନ୍ତ୍ରଣା ଯୋଗୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳିନଥିଲେ ବିରାଟ । ମଙ୍ଗଳବାରଠୁ କେପଟାଉନ ଆରମ୍ଭ ହେବ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ । ଏବେ ଦଳ ତୃତୀୟ ଟେଷ୍ଟ ମ୍ୟାଚ ପାଇଁ କେପଟାଉନ ଅଭିମୁଖେ ବାହାରିଲାଣି ।ସେଠାରେ ଗୋଟିଏ କି ଦୁଇଟି ନେଟ୍ ସେସନ୍ ପରେ କୋହଲି ଠିକ୍ ହୋଇଯିବା ଆଶା ରହିଛି ।
ତୃତୀୟ ଟେଷ୍ଟ ଖେଳିବାକୁ ବିରାଟ ପୁରା ଫିଟ୍ ହୋଇଯିବେ ବୋଲି କହିଛନ୍ତି ଭାରତୀୟ କ୍ରିକେଟ ଟିମ୍ ମୁଖ୍ୟ ରାହୁଲ ଦ୍ରାବିଡ । ସେପଟେ ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ବଦଳରେ ତୃତୀୟ ଟେଷ୍ଟ ପାଇଁ ପରିବର୍ତ୍ତନ ଆସିପାରୋ ସିରାଜ୍ ଏବେ ପୁରା ଫିଟ୍ ହୋଇନାହାନ୍ତି । ପରବର୍ତ୍ତୀ ସମୟରେ ତାଙ୍କ ଫିଜିଓଙ୍କ ପରାମର୍ଶ ଅନୁଯାୟୀ ନିଷ୍ପତ୍ତି ନିଆଯିବ । ଯଦି ସିରାଜ ନଖେଳନ୍ତି ତେବେ ଉମେଶ ଯାଦବ କିମ୍ବା ଇଶାନ୍ତ ଶର୍ମାଙ୍କୁ ସୁଯୋଗ ମିଳିପାରେ ।