କିଛି ଦିନର ନିରବତା ପରେ ପୁଣି ଥରେ ଗର୍ଜିଲେ ଶ୍ରୀମୟୀ। ଏଥର ତାଙ୍କ ଟାର୍ଗେଟ୍ରେ କୌଣସି ବିରୋଧୀ ନୁହନ୍ତି, ବରଂ ନିଜ ପୁରୁଣା ଦଳର ଗତିବିଧି। ସୁଜାତା କାର୍ତ୍ତିକେୟନଙ୍କ ଏଣ୍ଟ୍ରିକୁ ନେଇ ଶ୍ରୀମୟୀ ଉଠାଇଲେ ବଡ଼ ପ୍ରଶ୍ନ। ବିଜେଡିର ଉତ୍ତରାଧିକାରୀ ଟଣାଓଟରାକୁ ନେଇ କଲେ ଆକ୍ଷେପ। ଏତିକିରେ ଅଟକି ନାହାନ୍ତି ଶ୍ରୀମୟୀ, ବିଜେଡି ଯୁବ ନେତାଙ୍କ ବଣଭୋଜି ପଛର ଅସଲ ଗୁମର ବି ଖୋଲିଛନ୍ତି। ଆସନ୍ତୁ ଜାଣିବା କଣ କହିଲେ ଶ୍ରୀମୟୀ?”ସୋସିଆଲ ମିଡିଆରେ ଶ୍ରୀମୟୀ ମିଶ୍ରଙ୍କ ଏହି ପୋଷ୍ଟ ଏବେ ରାଜନୈତିକ ମହଲରେ ଚହଳ ସୃଷ୍ଟି କରିଛି। ଶ୍ରୀମୟୀ ସିଧାସଳଖ ପ୍ରଶ୍ନ କରିଛନ୍ତି—କାହା ଇଙ୍ଗିତରେ ଚାଲିଛି ବିଜେଡି? ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ଏଣ୍ଟ୍ରି କଣ ଦଳ ଭିତରେ ନୂଆ ବିଦ୍ରୋହର କାରଣ ସାଜିବ? ବିଜେଡିର ଉତ୍ତରାଧିକାରୀ କିଏ ହେବ, ସେଥିପାଇଁ ଚାଲିଥିବା ଛକାପଞ୍ଝା ଏବେ ହାଟରେ ପଡ଼ି ବାଟରେ ଗଡୁଥିବା ଶ୍ରୀମୟୀ ଇଙ୍ଗିତ କରିଛନ୍ତି।”
ସବୁଜ ମୁଖିଆ ଦେଲେନି
ସବୁଜ ସଙ୍କେତ
ତାଙ୍କ ନିଷ୍ପତ୍ତିରେ ନାନୀ ଆହତ
ବଣ ଭୋଜି ଖାଇ କିଛି ଆଶ୍ବସ୍ତ
କରି ପାରିଲେନି କେହି
ଅଧିକାର ସାବ୍ୟସ୍ତ
ଚାଲିଛି ବହୁତ ଟଣାଓଟରା
କାହା ଟିମ୍ ରେ, କିଏ ଦେବ ଧରା
କିଏ ଚାକିରି ଛାଡ଼ିଲା
କିଏ ମଞ୍ଚ ସଜେଇଲା
କିଏ ସନ୍ନ୍ୟାସ ନେଲା
କିଏ ଅନୁଗତ ହେବାର ନାଟକ କଲା
ହେଲେ
କାହାର ହେବ ସେ ସବୁଜ ମୁକୁଟ
ମୁଖିଆ ଦେଉ ନାହାନ୍ତି କାହାକୁ ଗୁରୁତ୍ଵ