ଭାରତ ବିରୋଧୀ ଆନ୍ଦୋଳନର ପ୍ରମୁଖ ଚେହେରା କୁହାଯାଉଥିବା ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ସମଗ୍ର ବାଂଲାଦେଶ ଏବେ ଅଶାନ୍ତ। ହାଦିଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ବ୍ୟାପକ ଭଙ୍ଗାରୁଜା ଓ ଜଳାପୋଡ଼ା କରୁଥିବା ଖବର ମିଳିଛି। ବାଂଲାଦେଶରେ ଭାରତ ବିରୋଧୀ ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ହିଂସା ଚରମ ସୀମାରେ ପହଞ୍ଚିଛି। ଶୁକ୍ରବାର ବିଳମ୍ବିତ ରାତିରେ ବାଂଲାଦେଶର ଦୁଇ ପ୍ରମୁଖ ଗଣମାଧ୍ୟମ ସଂସ୍ଥା ‘ପ୍ରଥମ ଆଲୋ’ ଏବଂ ‘ଦି ଡେଲି ଷ୍ଟାର୍’ ଉପରେ ହୋଇଥିବା ବର୍ବରୋଚିତ ଆକ୍ରମଣ ସାରା ବିଶ୍ୱକୁ ଚକିତ କରିଦେଇଛି। ବିଶୃଙ୍ଖଳ ଜନତା ଅଫିସ୍ ଭିତରେ ପଶି ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି।କରୱନ ବଜାର ସ୍ଥିତ ‘ଦି ଡେଲି ଷ୍ଟାର୍’ ଅଫିସ୍ ଉପରେ ଆକ୍ରମଣ ସମୟରେ ପ୍ରାୟ ୨୫ ଜଣ ସାମ୍ବାଦିକ ପ୍ରାୟ ୪ ଘଣ୍ଟା ଧରି ଭୟଙ୍କର ସ୍ଥିତିରେ ଫସି ରହିଥିଲେ। ସାମ୍ବାଦିକମାନେ ଅନ୍ଲାଇନରେ ଜରୁରୀ ମେସେଜ୍ ପୋଷ୍ଟ କରି ସାହାଯ୍ୟ ମାଗୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ‘ପ୍ରଥମ ଆଲୋ’ର କାର୍ଯ୍ୟନିର୍ବାହୀ ସମ୍ପାଦକ ସଜ୍ଜଦ ସରିଫ ଏହାକୁ ବାଂଲାଦେଶ ଗଣମାଧ୍ୟମ ପାଇଁ ଏକ ‘ଘନ ଅନ୍ଧାର ରାତି’ ବୋଲି ବର୍ଣ୍ଣନା କରିଛନ୍ତି। ୧୯୯୮ ମସିହାରୁ ଏହି ପତ୍ରିକା ପ୍ରକାଶ ପାଇବା ପରଠାରୁ ପ୍ରଥମ ଥର ପାଇଁ ଆଜି ଖବରକାଗଜ ଛପା ହୋଇପାରିନାହିଁ କିମ୍ବା ଅନଲାଇନରେ ଖବର ପୋଷ୍ଟ କରାଯାଇନାହିଁ।ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓଗୁଡ଼ିକରେ ଦେଖିବାକୁ ମିଳିଛି ଯେ, ହଜାର ହଜାର ବିଶୃଙ୍ଖଳ ଜନତା ‘ଦି ଡେଲି ଷ୍ଟାର୍’ର କରୱନ ବଜାର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଘେରାଉ କରି ଭଙ୍ଗାରୁଜା କରୁଛନ୍ତି। ଆକ୍ରମଣ ସମୟରେ ପ୍ରାୟ ୨୫ ଜଣ ସାମ୍ବାଦିକ ଅଫିସ୍ ଭିତରେ ଫସି ରହିଥିଲେ। ପ୍ରାୟ ଚାରି ଘଣ୍ଟା ଧରି ଚାଲିଥିବା ଏହି ତାଣ୍ଡବ ମଧ୍ୟରେ ସାମ୍ବାଦିକମାନେ ଅନ୍ଲାଇନ୍ ଜରିଆରେ ଜରୁରୀ ସହାୟତା ପାଇଁ ନିବେଦନ କରିଥିଲେ। ଦୁର୍ବୃତ୍ତମାନେ ଅଫିସର ଆସବାବପତ୍ର ଭାଙ୍ଗିବା ସହ ସେଠାରେ ନିଆଁ ଲଗାଇ ଦେଇଥିଲେ।
Trending
- ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ ଓ ଅନ୍ତରାଷ୍ଟ୍ରୀୟ ହୋଲଡିଂ କମ୍ପାନୀ ସହ ରାଜ୍ୟ ସରକାର ବୁଝାମଣା ପତ୍ର ସ୍ୱାକ୍ଷରିତ,ଆଲୁମିନିୟମ୍ ହବ୍ ହେବ ଓଡ଼ିଶା
- ବାବା ଅମରନାଥ ଯାତ୍ରା ଆନୁଷ୍ଠାନିକ ଭାବେ ଆରମ୍ଭ,ଶ୍ରଦ୍ଧାଳୁଙ୍କ ପ୍ରଥମ ଦଳ ଶ୍ରୀନଗର ଅଭିମୁଖେ ଯାତ୍ରା କରିଛି
- ଜ୍ୱର କମ୍ପନରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ତାତି,ଆଜି ଶ୍ରୀଅଙ୍ଗ ଫିଟା ନୀତି ଆରମ୍ଭ
- ଦ୍ୱିତୀୟ ଦିନରେ ଅଲାରନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ
- ଆଜି ଠାରୁ ମହାପ୍ରଭୁଙ୍କ ଅଣସରର ଗୁପ୍ତନୀତି ଆରମ୍ଭ ହୋଇଛି,ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟି ଦିଅଁ
- ଆଜିଠୁ ଅଣସର ଦର୍ଶନ, ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ,ଅଲାରନାଥଙ୍କ ପୀଠରେ ଲାଗିଛି ଭକ୍ତ ମାନଙ୍କ ଗହଳିଚହଳି
- ଆସାମରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ହାହାକାର ସ୍ଥିତି, ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଲେ ଅମିତ ଶାହ
- ସମବାୟ ସମିତି ଦ୍ୱାରା ସାର ବଣ୍ଟନକୁ ପ୍ରୋତ୍ସାହିତ କରିବା ପାଇଁ ୪୨ କୋଟି ଟଙ୍କାର ସୁଧ ରିହାତି ଯୋଜନାକୁ ମଞ୍ଜୁର କଲେ ରାଜ୍ୟ ସରକାର
- ଝରାଫୁଲ ନାୟକ ମୃତ୍ୟୁ ମାମଲାରେ ଶେଷରେ ଆସିଛି ବଡ଼ ରାୟ ,ଘଟଣାର ମୁଖ୍ୟ ନାୟକ ରାକେଶ ସ୍ୱାଇଁକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ
- ଦକ୍ଷିଣ ଓଡ଼ିଶାରେ ବର୍ଷା,ଦିନ ତାପମାତ୍ରା ସର୍ବାଧିକ ୩୮ ଡିଗ୍ରୀ ଓ ରାତି ତାପମାତ୍ରା ୨୭ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ
Prev Post