ଯାଜପୁର ଧର୍ମଶାଳା ଆକ୍ରମଣ ଘଟଣାରେ ଆକ୍ସନ ପାଇଁ ୨୪ ଘଣ୍ଟା ସମୟ ମାଗିଲା ପୋଲିସ। ଏହି ସୂଚନା ଦେଇଛନ୍ତି ବିଜେଡିର ନେତା। ଆଜି ସକାଳେ DIG CENTRAL RANGE ଙ୍କ ସହିତ ଆଲୋଚନା କରିଥିଲେ ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ପ୍ରୀତିରଞ୍ଜନ ଘଡାଇ ପ୍ରମୁଖ। ଏହା ପରେ ସେମାନେ କହିଛନ୍ତି, ଆକ୍ସନ ପାଇଁ ପ୍ରଶାସନ ପକ୍ଷରୁ 24 ଘଣ୍ଟା ମଗାଯାଇଛି। ତେବେ ଯେପର୍ଯ୍ୟନ୍ତ ଦୋଷୀ ମାନଙ୍କୁ ଗିରଫ କରାଯାଇନାହିଁ ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଦଳ ନିଷ୍ପତ୍ତି ନେଇଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହୋଇଥିବା ଲୋକମାନଙ୍କ ପାଖରୁ DIG central range ଡକ୍ଟର ସତ୍ୟଜିତ ନାୟକ ଏତଲା ଗ୍ରହଣ କରିଛନ୍ତି।
ପୁଣି ଅଶାନ୍ତ ଧର୍ମଶାଳା। କିଛି ଦିନର ନିରବତା ପରେ ପୁଣି ଧର୍ମଶାଳା ଅଞ୍ଚଳରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଯାଜପୁର ଜିଲ୍ଲା ବଡ଼ଚଣା ବିଜେଡ଼ି ନେତା ଓ କର୍ମୀଙ୍କୁ ଆକ୍ରମଣ ହୋଇଛି। କିଛି ଗୁରୁତରଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ ଜେନାପୁର ଥାନା ଅନ୍ତର୍ଗତ ପନ୍ତୁରି ଠାରେ ଥିବା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବାସ ଭବନରେ ବିଜେଡ଼ି ସୋସିଆଲ ମିଡ଼ିଆ ଟିମର ସାଙ୍ଗଠନିକ ବୈଠକ ଚାଲୁ ଥିବା ବେଳେ କିଛି ଯୁବକ ଆସି ଗାଳି ଗୁଲଜ କରିଥିଲେ। ଯାହାକୁ ନେଇ ଉଭୟ ପକ୍ଷରେ ତିକ୍ତତା ଆରମ୍ଭ ହୋଇଥିଲା। ଏହା ପରେ ବିଜେଡିର କର୍ମକର୍ତ୍ତାଙ୍କୁ ଆକ୍ରମଣ କରିଥିଲେ। ମହିଳା ମାନଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି। ଆକ୍ରମଣରେ ବହୁ ବିଜେଡ଼ି ନେତା ଓ କର୍ମୀ ଆହତ ହୋଇ ଧର୍ମଶାଳା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। କିଛି ଗୁରୁତରଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।